ETV Bharat / bharat

କମଲେଶ ତିୱାରୀ ହତ୍ୟାକାଣ୍ଡ: ଫେସବୁକ ଫ୍ରେଣ୍ଡ ଥିଲା ହତ୍ୟାକାରୀ - ଫେସବୁକରେ ଫେକ୍ ଆଇଡି ନାଁରେ ଫ୍ରେଣ୍ଡ ଥିଲା ହତ୍ୟାକାରୀ

ହିନ୍ଦୁ ମହାସଭା ନେତା କମଲେଶ ତିଓ୍ଵାରୀଙ୍କ ହତ୍ୟାକାଣ୍ଡରେ ସାମନାକୁ ଆସିଲା ନୂଆ ତଥ୍ୟ । ଗିରଫ 3 ଅଭିଯୁକ୍ତଙ୍କ ମଧ୍ୟରୁ ଅଶଫାକ୍‌ ନାମକ ଅଭିଯୁକ୍ତ ଫେକ୍ ଫେସବୁକ ଆଇଡି କରି କମଲେଶଙ୍କ ସହ ବନ୍ଧୁତ୍ବ ଓ ମିଟିଂ ଫିକ୍ସ କରିଥିଲା । ଏହି ତଥ୍ୟ ସାମନାକୁ ଆସିବା ପରେ କମେଶଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି ।

ଫାଇଲ ଫଟୋ
author img

By

Published : Oct 21, 2019, 9:06 AM IST

Updated : Oct 21, 2019, 9:15 AM IST

ଲକ୍ଷ୍ନୌ: ବହୁଚର୍ଚ୍ଚିତ ହିନ୍ଦୁ ମହାସଭା ନେତା କମଲେଶ ତିଓ୍ଵାରୀଙ୍କ ହତ୍ୟାକାଣ୍ଡ ଘଟଣାର ନୂଆ ନୂଆ ଖିଅ ସାମନାକୁ ଆଣୁଛି ପୋଲିସ । ପୂର୍ବରୁ ଉକ୍ତ ମାମଲାରେ ଉତ୍ତରପ୍ରଦେଶ ପୋଲିସ 3 ଅଭିଯୁକ୍ତଙ୍କୁ ଗିରଫ କରି ମାମଲାର ଖୁଲାସା କରିଥିଲା । ଏବେ ଗିରଫ 3 ଜଣଙ୍କ ମଧ୍ୟରୁ ଅଶଫାକ୍‌ ନାମକ ଜଣେ ଅଭିଯୁକ୍ତ ରୋହିତ ସୋଲଙ୍କି ନାଁରେ ଫେସବୁକ୍‌ରେ ଏକ ଫେକ ଆଇଡି ଖୋଲି କମଲେଶଙ୍କ ସହ ବନ୍ଧୁତା କରିଥିଲା ।

ସୂଚନାନୁସାରେ, ଫେସବୁକ୍ ଆଇଡିରେ ଉଭୟ ଘନିଷ୍ଠ ବନ୍ଧୁ ହେବା ସହ ନିୟମିତ କଥାବାର୍ତ୍ତା ହେଉଥିଲେ । ଇତିମଧ୍ୟରେ ଅଶଫାକ୍‌ କମଲେଶଙ୍କ ସହ ମିଟିଂ ପାଇଁ ସମୟ ଫିକ୍ସ କରିଥିଲା । ତେବେ ଉକ୍ତ ଘଟଣାରୁ ସ୍ପଷ୍ଟ ବାରି ହୋଇ ପଡୁଛି ଯେ, କମଲେଶଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ।

ରୋହିତ ସୋଲଙ୍କି ନାମରେ ଖୋଲାଯାଇଥିବା ଏହି ଫେକ୍‌ ଫେସବୁକ୍ ଆଇଡିଟି ମେ 16ରେ ଖୋଲିଯାଇଥିଲା । କେବଳ ସେତିକି ନୁହେଁ ଉକ୍ତ ଆଇଡିରେ ଅଶଫାକ୍‌ ନିଜର କୌଣସି ପରିଚୟ ପ୍ରକାଶ କରିନଥିଲେ । ତେବେ ସେ ସୁରତର ବାସିନ୍ଦା ହୋଇଥିବା ଜଣାପଡିଥିବାବେଳେ ଫେସବୁକର ପ୍ରୋଫାଇଲ ପିକଚରରେ ହିନ୍ଦୁ ସମାଜ ପାର୍ଟିର ବ୍ୟାନର ରଖିଥିଲା । ଯେଉଁଥିରେ ଗୋଟିଏ ପାଦ ହିନ୍ଦୁତ୍ବଙ୍କ ଆଡକୁ ବୋଲି ଟ୍ୟାଗ ଲାଇନ ରହିଥିଲା ।

ପ୍ରକାଶ ଯେ, ରବିବାର କମଲେଶ ତିୱାରୀଙ୍କ ପରିବାର ବର୍ଗଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭେଟି ସବୁ ପ୍ରକାର ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସେପଟେ ବିରୋଧୀ ନେତା ଅଖିଳେଶ ଯାଦବ ଉକ୍ତ ଘଟଣାକୁ ନେଇ ଯୋଗୀଙ୍କୁ ଟାର୍ଗେଟ କରିଥିଲେ । ନିକଟରେ ଅନ୍ୟ ଜିଲ୍ଲାରେ ମୃତ୍ୟୁବରଣ କରିଥିବା ପରିବାର ପ୍ରତି ମଧ୍ୟ ମୁଖ୍ୟମନ୍ତ୍ରୀ ଆଶ୍ବସନା ଦେଖାଇବେ ବୋଲି କହିଥିଲେ ବିରୋଧୀ ନେତା ।

Intro:Body:

BLANK

Conclusion:
Last Updated : Oct 21, 2019, 9:15 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.