ETV Bharat / bharat

କମଲେଶ ତିୱାରୀ ହତ୍ୟାକାଣ୍ଡ ଘଟଣା, ମୁହଁ ଖୋଲିଲେ ଯୋଗୀ

author img

By

Published : Oct 19, 2019, 6:29 PM IST

କମଲେଶ ତିୱାରୀ ହତ୍ୟାକାଣ୍ଡକୁ ନେଇ ଏସଆଇଟିର ଖୋଲତାଡ । ଅନ୍ୟପଟେ ଗୁଜୁରାଟ ଏଟିଏସ 3ଜଣଙ୍କୁ ଗିରଫ କରିଛି । ଏପଟେ ହତ୍ୟାକାଣ୍ଡ ନେଇ ମୁହଁଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ।

ଫଟୋ ସୌଜନ୍ୟ: ଏଏନଆଇ

ହାଇଦ୍ରାବାଦ: ହିନ୍ଦୁ ମହାସଭାର ପୂର୍ବତନ ଅଧ୍ୟକ୍ଷ ତଥା ହିନ୍ଦୁ ସମାଜ ପାର୍ଟିର ମୁଖ୍ୟ କମଲେଶ ତିୱାରୀ ହତ୍ୟାକାଣ୍ଡ ଘଟଣାରେ ମୁହଁ ଖୋଲିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ଯୋଗୀ କହିଛନ୍ତି ଏଭଳି ବର୍ବର ହତ୍ୟାକାଣ୍ଡରେ ଦୋଷୀଙ୍କୁ ଛଡା ଯିବ ନାହିଁ । ହତ୍ୟାକାଣ୍ଡରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଦଣ୍ଡିତ କରାଯିବ । ଯଦି କମଲେଶଙ୍କ ପରିବାର ତାଙ୍କ ସାକ୍ଷାତ ପାଇଁ ଚାହିଁବେ ସେ ସାକ୍ଷାତ କରିବେ ।

PHOTO
ଫଟୋ ସୌଜନ୍ୟ: ଏଏନଆଇ

ଯୋଗୀ ପୁଣି କହିଛନ୍ତି ସେ ସମସ୍ତଙ୍କ ସହ ମିଶନ୍ତି କମଲେଶଙ୍କ ପରିବାର ସହ ସାକ୍ଷାତ କରିବା ପାଇଁ କୌଣସି ସମସ୍ୟା ନାହିଁ । ଏହି ମାମଲାରେ ଏସଆଇଟି ଘଟଣାର ଯାଞ୍ଚ କରୁଛି । ମୁଁ ପ୍ରତ୍ୟକ୍ଷ ଭାବେ ଏହି ମାମଲା ଉପରେ ନଜର ରଖିଛି । ଏଭଳି ଘଟଣାର କୌଣସି ବରଦାସ୍ତ କରାଯିବ ନାହିଁ ।

ସୂଚନାଯୋଗ୍ୟଯେ ଗତ ଶୁକ୍ରବାର ଲକ୍ଷ୍ନୌର ଖୁର୍ସେଦ ବାଗସ୍ଥିତ କମଲେଶ ତିୱାରୀ ତାଙ୍କ ଘର ଥିବାବେଳେ ଦୁର୍ବୃତ୍ତ ଆସି ସ୍ପଷ୍ଟ ଦିବାଲୋକରେ ହତ୍ୟା କରି ଫେରାର ହୋଇଯାଇଛନ୍ତି ।

ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହେବାପରେ ଉତ୍ତର ପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ ଓପି ସିଂ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବାସହ ଘଟଣାକୁ ନେଇ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।

ତେବେ ଏହି ହତ୍ୟାକାଣ୍ଡ ସହ ଜଡିତ ଥିବା ଅଭିଯୋଗରେ ଗୁଜୁରାଟ ଏଟିଏସ 3ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ମୌଲାନା ମୋହସିନ, ଫୈଜାନଓ ରସିଦ ଅହମ୍ମଦ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.