ETV Bharat / bharat

ଭାରତ-ନେପାଳ ସମ୍ପର୍କକୁ ପୁଣି ମଜବୁତ କରିଛି କମଲେଶ-ରାଧିକାଙ୍କ ବିବାହ ! - ଭାରତ-ନେପାଳ ସମ୍ପର୍କ

ମଙ୍ଗଳବାର ଦିନ ପିଥୌରାଗଡର ଜଜରାଦେୱାଲର ବାସିନ୍ଦା କମଲେଶ ଚାନ୍ଦ ଏବଂ ନେପାଳର ରାଧିକା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଅଧିକ ପଢନ୍ତୁ...

kamlesh-radhikas-marriage-strengthens-india-nepal-relations-again
ଭାରତ-ନେପାଳ ସମ୍ପର୍କକୁ ପୁଣି ମଜବୁତ କରିଛି କମଲେଶ-ରାଧିକାଙ୍କ ବିବାହ !
author img

By

Published : Jul 15, 2020, 7:26 PM IST

Updated : Jul 15, 2020, 7:47 PM IST

ପିଥୌରାଗଡ: ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଥରକୁ ଥର ନେପାଳ ପ୍ରଧାନମନ୍ତ୍ରୀଙ୍କ ବିଦାଦୀୟ ମନ୍ତବ୍ୟ ଏବଂ ଏକତରଫା କାର୍ଯ୍ୟ ପାଇଁ ଭାରତର ବନ୍ଧୁ ଦେଶ ନେପାଳ ସହ ସଂପର୍କ ବିଗୁଡୁଛି । ହେଲେ ଉଭୟ ଦେଶ ମଧ୍ୟରେ ବହୁ ବର୍ଷ ଧରି ସଂସ୍କୃତିକ ଏବଂ ଧାର୍ମିକ ସଂପର୍କ ସୃଦୁଢ ରହିଛି । ଯାହା ଗତ ମଙ୍ଗଳବାର ଦିନ ଭାରତୀୟ ବର ଏବଂ ନେପାଳି କନ୍ୟାଙ୍କ ମଧ୍ୟରେ ହୋଇଥିବା ବିବାହ ପ୍ରମାଣ କରୁଛି ।

ଭାରତ-ନେପାଳ ସମ୍ପର୍କକୁ ପୁଣି ମଜବୁତ କରିଛି କମଲେଶ-ରାଧିକାଙ୍କ ବିବାହ !

ପିଥୌରାଗଡ ଜଜରାଦେୱାଲର ବାସିନ୍ଦା କମଲେଶ ଚାନ୍ଦଙ୍କ ଅନୁରୋଧ କ୍ରମେ ଦୁଇ ଦେଶ ମଧ୍ୟରେ ଅଧ ଘଣ୍ଟା ପାଇଁ ଆନ୍ତର୍ଜାତୀୟ ସେତୁ ଖୋଲାଯାଇଥିଲା । ଏହି ସମୟରେ କମଲେଶ ବିବାହ ପାଇଁ ଏକାକୀ ନେପାଳ ଯାଇ ସେଠାରେ ବିବାହ କରି କନ୍ୟାଙ୍କୁ ସାଥିରେ ଆଣିଥିଲେ । ଏହି ବିବାହ ଫଟୋ ପ୍ରମାଣ କରେ ଯେ ସୀମାନ୍ତର ଲୋକଙ୍କ ପାଇଁ ଭାରତ ଏବଂ ନେପାଳ ମଧ୍ୟରେ ରାଜନୈତିକ ସମ୍ପର୍କ ପୁନଃ ପ୍ରତିଷ୍ଠା କରିବା କେତେ ମହତ୍ବପୂର୍ଣ୍ଣ ।

ଭାରତ ଏବଂ ନେପାଳ ରାଜନୈତିକ ତିକ୍ତତା ମଧ୍ୟରେ ଦୁଇ ଦେଶର ସମ୍ପର୍କକୁ ମଜବୁତ କରିବାର ଖବର ଆସିଛି | ମଙ୍ଗଳବାର ଦିନ ପିଥୌରାଗଡର ଜଜରାଦେୱାଲର ବାସିନ୍ଦା କମଲେଶ ଚାନ୍ଦ ଏବଂ ନେପାଳର ରାଧିକା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବର କମଲେଶ ଚାନ୍ଦ କହିଛନ୍ତି ଯେ ସେମାନେ ବିବାହ ମାର୍ଚ୍ଚ ମାସରେ ହେବାର ଥିଲା । କିନ୍ତୁ ତାଲାବନ୍ଦ ଯୋଗୁଁ ଏହା ସମ୍ଭବ ହୋଇ ନଥିଲା । କମଲେଶ କହିଛନ୍ତି ଯେ ଉଭୟ ଦେଶର ପ୍ରଶାସନର ଅନୁମତି କ୍ରମେ ସେତୁ ଖୋଲିବା କାରଣରୁ ସେମାନେ ବିବାହ କରିଥିଲେ । ବିବାହ ପରେ ନେପାଳରୁ ଫେରିଥିବା ବର ଉଭୟ ଦେଶର ସ୍ଥାନୀୟ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଏଥି ସହିତ 50 ରୁ ଅଧିକ ଭାରତୀୟ ମଧ୍ୟ ବ୍ରିଜ ଖୋଲିବା ସମୟରେ ନେପାଳ ସମ୍ପର୍କୀୟଙ୍କ ନିକଟକୁ ରାସନ ପଠାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 15, 2020, 7:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.