ETV Bharat / bharat

ଗୁଗୁଲ ଡୁଡୁଲରେ ବଙ୍ଗାଳୀ କବୟିତ୍ରୀ କାମିନୀ ରୟ

author img

By

Published : Oct 12, 2019, 11:07 AM IST

ବଙ୍ଗାଳୀ କବୟିତ୍ରୀ, ସମାଜସେବୀ ଏବଂ ଶିକ୍ଷାବିତ୍ କାମନୀ ରୟଙ୍କ 155ତମ ଜନ୍ମ ଜୟନ୍ତୀ ପାଳିଛି ଗୁଗୁଲ ଡୁଡୁଲ । ଭାରତର ପ୍ରଥମ ମହିଳା ଯିଏକି ବ୍ରିଟିଶ୍ ଇଣ୍ଡିଆରେ ପ୍ରଥମ ଅନର୍ସ ସ୍ନାତ୍ତକ କରିଥିଲେ।

ଫାଇଲ ଫଟୋ

ହାଇଦ୍ରାବାଦ: ଶନିବାର ଗୁଗୁଲ ଡୁଡୁଲ ସ୍ଥାନ ପାଇଛି ବଙ୍ଗାଳୀ କବୟିତ୍ରୀ, ସମାଜସେବୀ ଏବଂ ଶିକ୍ଷାବିତ୍ କାମନୀ ରୟ । କାମିନୀ ତତକାଳୀନ ବଙ୍ଗଳାର ବାରେରଙ୍ଗଜ ଜିଲ୍ଲାରେ ଅକ୍ଟୋବର 12 ତାରିଖ 1864 ମସିହାରେ ଜନ୍ମଗ୍ରହଣ କରିଥିଲେ । ଶନିବାର ତାଙ୍କର 155ତମ ଜନ୍ମ ଜୟନ୍ତୀ । ମହିଳାଙ୍କ ପାଇଁ ସର୍ବଦା ସମର୍ପିତ ରହୁଥିବା କାମିନୀ ରୟ ଭାରତର ପ୍ରଥମ ମହିଳା ଯିଏକି ବ୍ରିଟିଶ୍ ଇଣ୍ଡିଆରେ ପ୍ରଥମ ଅନର୍ସ ସ୍ନାତ୍ତକ କରିଥିଲେ।

ବଙ୍ଗଳାର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମିତ କାମିନୀ ରୟଙ୍କ ଭାଇ କୋଲକାତାରେ ମେୟର ଥିବାବେଳେ ତାଙ୍କ ଭଉଣୀ ନେପାଳର ଏକ ସାହି ପରିବାରରେ ଫିଜିସିଆନ ଥିଲେ । ସୂଚନାଯୋଗ୍ୟ, ଯେଉଁ ସମୟରେ ଭାରତୀୟ ସମାଜରେ କୁପ୍ରଥା ଭରି ରହିଥିଲା ସେ ସମୟରେ କାମିନୀ ରୟ ନିଜ ଗ୍ରାଜୁଏସନ ସମ୍ପୂର୍ଣ୍ଣ କରିଥିଲେ । ପିଲାଦିନରୁ ଗଣିତରେ ଅଧିକ ରୁଚି ରଖୁଥିବାବେଳେ କାମିନୀ କିନ୍ତୁ ସଂସ୍କୃତରେ ପାଠ ପଢିଥିଲେ । କୋଲକାତା ସ୍ଥିତ ବେଥୁନ କଲେଜରୁ 1886ରେ ସେ ବିଏ ଅନର୍ସ କରି ସେହିଠାରେ ହିଁ ପିଲାଙ୍କୁ ପାଠ ପଢାଇଥିଲେ ।

କାମିନୀ ରୟ ପିଲାଙ୍କୁ ପାଠ ପଢାଇବା ବ୍ୟତୀୟ ମହିଳାଙ୍କ ଶିକ୍ଷା ଏବଂ ବିଧବା ମହିଳାଙ୍କ ପାଇଁ ଅନେକ କାମ କରିଛନ୍ତି । 1883ରେ ଲର୍ଡ ରିପନଙ୍କ ଦ୍ବାରା ଭାରତର ପ୍ରଶାସନିକ କ୍ଷେତ୍ରରେ ସୁଧାର ଆଣିବାକୁ ଅନେକ ପରାମର୍ଶ ଦେଇଥିଲେ । ଯାହା ଇଲବର୍ଟ ବିଲ ନାମରେ ପରିଚିତ । ସେ ମଧ୍ୟ ଏହି ବିଲକୁ ସମର୍ଥନ ଜଣାଇଥିଲେ । ୟୁରୋପ ନାଗରିକଙ୍କ ଉପରେ ଚାଲୁଥିବା ମୋକଦ୍ଦମାର ଭାରତୀୟ ନ୍ୟାୟଧୀଶ ଶୁଣାଣି କରିପାରିବ ବୋଲି ଇଲବର୍ଟ ବିଲରେ ନିୟମ ରହିଥିଲା । ଯାହାକୁ ୟୁରୋପ ନାଗରିକ ବିରୋଧ କରିଥିଲେ । ଏହା ପରେ ଏହି ବିଲକୁ ହଟାଇ ଦିଆଯାଇଥିଲା ।

1950ରେ ସ୍ବାମୀ କେଦାର ନାଥ ରୟଙ୍କ ବିୟୋଗ ପରେ କାମିନୀ ରୟ ମହିଳାଙ୍କ ଅଧିକାର ପାଇଁ ଲଢେଇ ଆରମ୍ଭ କରିଥିଲେ । 1926ରେ ତାଙ୍କ ପାଇଁ ମହିଳାଙ୍କୁ ପ୍ରଥମ ଥର ପାଇଁ ଭୋଟ ଦେବାର ଅଧିକାର ମିଳିଥିଲା । ଗୁଗୁଲ ଏହି ମହାନ ମହିଳାଙ୍କ ଡୁଡୁଲ କରି ଜନ୍ମଦିବସର ହାର୍ଦ୍ଦିକ ଶୁଭକାମନା ଜଣାଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.