ETV Bharat / bharat

ସଙ୍କଟରେ ମଧ୍ୟପ୍ରଦେଶ ସରକାର, ବିଧାୟକଙ୍କୁ ଜଗିବେ ମନ୍ତ୍ରୀ !

ସରକାର ବଞ୍ଚାଇବା ପାଇଁ ନୂଆ ଷ୍ଟ୍ରାଟେଜି । ପ୍ରତି ମନ୍ତ୍ରୀଙ୍କ ନଜରରେ ରହିବେ 5 ବିଧାୟକ । ବଢିବ ମନ୍ତ୍ରୀମଣ୍ଡଳ । ସ୍ଥାନ ପାଇବେ ବିଦ୍ରୋହୀ ବିଧାୟକ ।

ଫାଇଲ ଫଟୋ
author img

By

Published : May 27, 2019, 9:29 AM IST

ଭୋପାଲ: ବିପଦରେ ମଧ୍ୟପ୍ରଦେଶ ସରକାର । କୌଣସି ମୂହୁର୍ତ୍ତରେ ବି ବଦଳି ପାରନ୍ତି ବିଦ୍ରୋହୀ ବିଧାୟକ । ଲୋକସଭା ନିର୍ବାଚନରେ କାମ କଲା ମୋଦି ମ୍ୟାଜିକ । ଚମତ୍କାର ପ୍ରଦର୍ଶନ କରିଛି ବିଜେପି । ବିଦ୍ରୋହୀ ବିଧାୟକ ବି କଂଗ୍ରେସକୁ ବାଏ ବାଏ କରିବା ପାଇଁ ଗୋଡ ଟେକୁଛନ୍ତି । ଯାହାକୁ ସାମନା କରିବା କମଲନାଥ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ।

ସୂତ୍ର ଅନୁସାରେ, ବିଦ୍ରୋହୀ ବିଧାୟକଙ୍କୁ ମନାଇବା ପାଇଁ ଭରପୂର ପ୍ରୟାସ କରୁଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ । ରବିବାର ମନ୍ତ୍ରୀମଣ୍ଡଳ ସହ ମୁଖ୍ୟମନ୍ତ୍ରୀ ଏ ବିଷୟରେ ଆଲୋଚନା କରିଥିବା ଜଣାପଡିଛି । ଏପରିକି ପ୍ରତ୍ୟେକ ମନ୍ତ୍ରୀଙ୍କୁ 5/5 ଜଣ ବିଧାୟକଙ୍କ ଉପରେ ନଜର ରଖିବା ପାଇଁ କୁହାଯାଇଛି । କାହିଁକି ନା କୌଣସି ମୂହୁର୍ତ୍ତରେ ମଧ୍ୟ ବିଜେପି ଆଡକୁ ପଲଟି ଯାଇପାରନ୍ତି କଂଗ୍ରେସ ବିଧାୟକ ।

ସରକାରଙ୍କୁ ବାହାରୁ ସମର୍ଥନ ଦେଉଥିବା ସ୍ବାଧିନ ବିଧାୟକଙ୍କ ଉପରେ ମଧ୍ୟ ନଜର ରଖାଯାଉଛି । ଏକ ସ୍ଥିର ସରକାର ପାଇଁ ମନ୍ତ୍ରୀମଣ୍ଡଳ ବୃଦ୍ଧି କରିବାକୁ ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି କମଲନାଥ । ଦଳର ବିଦ୍ରୋହୀ ବିଧାୟକ ଏବଂ କିଛି ସ୍ବାଧିନ ବିଧାୟକଙ୍କୁ ଏଥର ସ୍ଥାନ ମିଳିପାରେ ।

କଂଗ୍ରେସର ବରିଷ୍ଠ ବିଧାୟକ କେ.ପି. ସିଂହଙ୍କ କହିବା କଥା ହେଲା, ସେ ସରକାରଙ୍କୁ ନେଇ ନାରାଜ ନୁହଁନ୍ତି । ହେଲେ ବରିଷ୍ଠତାକୁ ଅଣଦେଖା ନେଇ ଦୁଃଖିତ ଥିବା କହିଛନ୍ତି । କ୍ୟାବିନେଟ ମନ୍ତ୍ରୀ ଜୀତୁ ପଟୱାରୀ କହିଛନ୍ତି, ସରକାରଙ୍କ ଉପରେ କୌଣସି ବିପଦ ନାହିଁ । ବରିଷ୍ଠ ମନ୍ତ୍ରୀ ଆରିଫ ଅକିଲ କହିଛନ୍ତି, କମଲନାଥ ସରକାର 5ବର୍ଷ ପୁରା କରିବ । ବହୁମତ ସାବ୍ୟସ୍ତ କରିବା ପାଇଁ ତାଙ୍କ ସରକାରକୁ କୌଣସି ସମସ୍ୟା ନାହିଁ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.