ଚେନ୍ନାଇ: ତାମିଲନାଡୁର ତିରୁଭୌର ଜିଲ୍ଲାର ପାଏଙ୍ଗାଡୁ ଥୁଲେସେନ୍ଦ୍ରପୁରମ୍ ଗ୍ରାମ ବର୍ତ୍ତମାନ ଗୌରବାନ୍ବିତ । ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବିଡେନ କାଲିଫର୍ନିଆ ସିନେଟର କମଲା ହାରିସଙ୍କୁ ତାଙ୍କ ସାଥୀ ଭାବରେ ଗ୍ରହଣ କରିବା ପରେ ଏହି ଗ୍ରାମ ବର୍ତ୍ତମାନ ବିଶ୍ବ ମାନଚିତ୍ରରେ ସ୍ଥାନ ପାଇଛି। ହାରିସଙ୍କ ମାତାପିତାମାନେ ଏହି ଗାଁ ବର୍ତ୍ତମାନ ଆନନ୍ଦ ଉଲ୍ଲାସରେ ଭରିଯାଇଛି ।
କମଲାଙ୍କ ଫ୍ଲେକ୍ସ ବୋର୍ଡ କଟ୍ଆଉଟକୁ ଗାଁରେ ଲଗାଯାଇଛି । ସମ୍ପୁର୍ଣ୍ଣ ଗ୍ରାମରେ ଉତ୍ସବର ମାହୋଲ । ଗ୍ରାମବାସୀ କହିଛନ୍ତି, କମଲା ଆମ ମାଟିର ଝିଅ । କମଲା ହାରିସ ମୁଖ୍ୟତଃ ଭାରତୀୟ ଅର୍ଥାତ ହାରିସଙ୍କ ଜେଜେବାପା-ଜେଜେମା ଭାରତୀୟ । ତେଣୁ ଭାରତରେ ତାଙ୍କୁ ନେଇ ଅନେକ ଚର୍ଚ୍ଚା । ବର୍ତ୍ତମାନ ସେ ଡେମୋକ୍ରାଟିକ୍ ଦଳର ଉପ-ରାଷ୍ଟ୍ରପତି ପାର୍ଥୀ ।
ଗ୍ରାମର ସ୍ଥାନୀୟ ନେତା ଏ ନେଇ ଖୁସି ବ୍ୟକ୍ତ କରିଛନ୍ତି । ହାରିସଙ୍କ ଜେଜେବାପା ଜଣେ ସରକାରୀ କର୍ମଚାରୀ ଥିଲେ ଓ ତାଙ୍କ ଜେଜେମା ଏହି ଗ୍ରାମର ବାସିନ୍ଦା । ହାରିସଙ୍କ ଜେଜେବାପା ଓ ଜେଜେମାଙ୍କ ଘର ଏବେବି ସେଠାରେ ଅଛି । କମଲା ହାରିସ ଏବେବି ଏହି ଗ୍ରାମ ସହ ଯୋଡି ହୋଇ ରହିଛନ୍ତି । କାରଣ ଗାଁରେ ବିଷ୍ଣୁ ମନ୍ଦିର ପାଇଁ ସେ 2014ରେ ଦାନ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ