ETV Bharat / bharat

ଜୁନ 21ରେ ଉଦ୍‌ଘାଟନ ହେବ ତେଲେଙ୍ଗାନାର କାଲେଶ୍ବରମ ପ୍ରକଳ୍ପ - kcr

ତେଲେଙ୍ଗାନା ସରକାର ଆସନ୍ତା ଜୁନ 21ରେ କାଲେଶ୍ବରମ ଉଠା ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ କରିବେ ।

ଫଟୋ ସୌଜନ୍ୟ: ଏଏନ୍‌ଆଇ
author img

By

Published : Jun 19, 2019, 4:24 PM IST

ହାଇଦ୍ରାବାଦ: ଆସନ୍ତା ଜୁନ 21ରେ ତେଲେଙ୍ଗାନା ସରକାର କାଲେଶ୍ବରମ ଉଠା ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ କରିବେ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଉଦ୍‌ଘାଟନ ଉତ୍ସବରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ମୋହନ ରେଡ୍ଡୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତିନି ମୁଖ୍ୟମନ୍ତ୍ରୀ କନ୍ନିପଲ୍ଲୀ ନିକଟରେ ଥିବା ତିନୋଟି ପମ୍ପର ସ୍ବିଚ୍‌ ଅନ କରି ପ୍ରକଳ୍ପର ଉଦ୍‌ଘାଟନ କରିବେ ।

କାଲେଶ୍ବରମ ଉଠା ଜଳସେଚନ ପ୍ରକଳ୍ପ ଗୋଦାବରୀ ନଦୀ ଉପରେ କନ୍ନିପଲ୍ଲୀ ଓ ମହାଦେବପୁର ମଣ୍ଡଳ ଅଞ୍ଚଳର 45000 ଏକର ଜମିରେ ନିର୍ମିତ ହୋଇଛି । ଏହା ଗୋଦାବରୀ ନଦୀରୁ 235 ଟିଏମ୍‌ସି ଜଳକୁ ବିଭିନ୍ନ ସ୍ଥାନରେ ଉପଯୋଗ କରିବାରେ ସହାୟକ ହେବ । ତେଲେଙ୍ଗାନା ଗଠନ ହେବା ପରେ ଏହା ହେଉଛି ପ୍ରଥମ ବୃହତ୍ ପ୍ରକଳ୍ପ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.