ବେଙ୍ଗାଲୁର: ଭାରତରେ ପ୍ରଥମ କୋରୋନା ସଂକ୍ରମଣ ମୃତ୍ୟୁ କର୍ଣ୍ଣାଟକ କାଲବୁର୍ଗୀରେ ହୋଇଥିଲା । ଏଥିରେ ଜଣେ 76 ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଥିଲେ । ତେବେ ବୃଦ୍ଧଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କୋରୋନା ଭାଇରସ ପଜିଟିଭ୍ ଆସିଛି ।
ପରୀକ୍ଷା ରିପୋର୍ଟ ଆସିଲା ପରେ ସମ୍ପୂର୍ଣ୍ଣ ପରିବାରକୁ ଆଇସୋଲେସନରେ ତାଙ୍କ ନିଜ ଘରେ ରଖାଯାଇଛି । ଏନେଇ କର୍ଣ୍ଣାଟକର ଡେପୁଟି କମିଶନର ସରତ.ବି ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ମୃତ 76 ବର୍ଷୀୟ ବୃଦ୍ଧଙ୍କ ଜାନୁୟାରୀ 29ରେ ସାଉଦି ଆରବ ଗସ୍ତ କରିଥିଲେ । ଏହାପରେ ଫେବୃୟାରୀ 29ରେ ଭାରତ ଫେରିଥିଲେ । ଏହି ଗସ୍ତରୁ ଆସିବା ପରେ ତାଙ୍କ ଦେହରେ ଆସ୍ବାଭାବିକ ଲକ୍ଷଣ ପ୍ରକାଶ ପାଇଥିଲା ଓ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।