ବେଙ୍ଗାଲୁରୁ: କର୍ଣ୍ଣାଟକରେ ବ୍ୟାନ ହେଲା ମଦ । ମାରାତ୍ମକ କୋରୋନା ଭାଇରସ ପାଇଁ ସମଗ୍ର ଦେଶ ଏବେ ତତ୍ପର ହୋଇଉଠିଥିବା ବେଳେ କର୍ଣ୍ଣାଟକର କାଲାବୁରାଙ୍ଗି ଜିଲ୍ଲାରେ ଡେପୁଟି କମିଶନର ବି ସରତଙ୍କ ଦ୍ବାରା ମଦ ବିକ୍ରି ବ୍ୟାନ ହେବା ସହ ସମସ୍ତ ବାର ଏବଂ ରେଷ୍ଟୁରାଣ୍ଟକୁ ବନ୍ଦ ରଖାଯାଇଛି ।
ଡେପୁଟି କମିଶନର ବି ସରତଙ୍କ ସୂଚନା ଅନୁଯାୟୀ କାଲାବୁରାଙ୍ଗି ଜିଲ୍ଲାରେ ମାର୍କେଟ, ପର୍ବପର୍ବାଣୀ ଏବଂ ମେଳାକୁ ବ୍ୟାନ କରାଯାଇଛି ।
ପ୍ରକାଶ ଥାଉକି, ଏବେସୁଦ୍ଧା କର୍ଣ୍ଣାଟକରେ 100ରୁ ଉର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ 6 ଜଣ କୋରୋନା ପଜେଟିଭ ଆସିଛି । ଏହାମଧ୍ୟରେ କାଲାବୁରାଙ୍ଗି ଜିଲ୍ଲାରେ ଜଣେ 76 ବର୍ଷୀୟ ବୃଦ୍ଧ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।