ବେଙ୍ଗାଲୁରୁ: କୋରୋନା ପାଇଁ ଦେଶରେ ଜାରି ରହିଛି ଦ୍ବିତୀୟ ଲକଡାଡାଉନ । ଯେଉଁଥିପାଇଁ ଘରୁ ନ ବାହାରିବାକୁ ବାରମ୍ବାର ସଚେତନ କରାଯାଉଛି । ଏହାସତ୍ତ୍ବେ ଏହି ନିୟମକୁ ଉଲ୍ଲଙ୍ଘନ କରି କିଛି ଲୋକ ଅବାଧ ହୋଇ ବାହାରେ ବୁଲୁଛନ୍ତି । ଯାହାକୁ ନେଇ ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।
ତେବେ କୋରୋନା ଭାଇରସ ପାଇଁ ଲାଗୁ ହୋଇଥିବା ଲକଡାଉନ ଉଲ୍ଲଂଘନ କରି କର୍ଣ୍ଣାଟକର କାଲାବୁରାଗୀରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 4,200 ଗାଡି ଜବତ ହୋଇଛି । ସହରରେ ଲକଡାଉନ ପାଇଁ ପୋଲିସ ପକ୍ଷରୁ ଲୋକଙ୍କ ଉପରେ ନଜର ରଖାଯିବା ସହ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଥିବା କହିଛନ୍ତି କାଲାବୁରାଗି ଡିସିପି କିଶୋର ବାବୁ ।