ETV Bharat / bharat

ଟିଏମସିକୁ ଟାର୍ଗେଟ: ‘ଜୟ ମହାକାଳୀ, ଜୟ ଶ୍ରୀରାମ’ ନାରା ଦେଇ ଗର୍ଜିବ ବିଜେପି - bengal

ତୃଣମୂଳ କଂଗ୍ରେସକୁ ଶାସନ ଗାଦିରୁ ହଟାଇବା ପାଇଁ କସରତ ଚଲାଇଛି ବିଜେପି । ବିଜେପି ଜାରି କଲା ନୂଆ ନାରା ‘ଜୟ ମହାକାଳୀ, ଜୟ ଶ୍ରୀରାମ’ ।

ଫାଇଲ ଫଟୋ
author img

By

Published : Jun 4, 2019, 5:43 PM IST

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ଭଲ ପ୍ରଦର୍ଶନ କରିବା ପରେ ଏବେ ଦଳୀୟ କର୍ମୀଙ୍କର ମନୋବଳ ଦୃଢ ହୋଇଛି । ତୃଣମୂଳ କଂଗ୍ରେସକୁ ଶାସନ ଗାଦିରୁ ହଟାଇବା ପାଇଁ କସରତ କରୁଛି ବିଜେପି । ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ନୂଆ ନାରା ‘ଜୟ ମହାକାଳୀ, ଜୟ ଶ୍ରୀରାମ’ ଜାରି କରିଛି ।

ବିଜେପି ନେତା ଏବଂ ରାଜ୍ୟ ପ୍ରଭାରୀ କୈଳାଶ ବିଜୟବର୍ଗୀୟ କହିଛନ୍ତି ଯେ ବଙ୍ଗରେ ପାର୍ଟି ଦେବ ନୂଆ ନାରା । ଟିଏମସି ଠୁ ଶାସନ ଗାଦି ଛଡାଇବା ପର୍ଯ୍ୟନ୍ତ ନୂଆ ନାରା ଦେଇ ପ୍ରଚାର କରିବ ଦଳ। କୈଳାଶ ପୁଣି କହିଛନ୍ତି, ବଙ୍ଗ ହେଉଛି ମା’ କାଳିଙ୍କର ମାଟି । ତେଣୁ ତାଙ୍କର ଆର୍ଶିବାଦ ଦାରକାର । ତେଣୁ ଏଥର ବିଜେପି ନାରା ହେବ ‘ଜୟ ମହାକାଳୀ, ଜୟ ଶ୍ରୀରାମ’ ।

ଟିଏମସି ବିଜେପିକୁ ବାହାର ପାର୍ଟି କହିବା ପରେ ଦଳ ନୂଆ ନାରା ଜାରି କରିଛି । ସୂଚନା ଥାଉକି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ଅଧ୍ୟକ୍ଷ ମମତା ବାନାର୍ଜୀ କିଛିଦିନ ତଳେ ବିଜେପିକୁ ଟାର୍ଗେଟ କରି ନିଜର ଫେସବୁକ ଓ ଟ୍ବିଟର ପ୍ରୋଫାଇଲ ଚିତ୍ର ବଦଳାଇଛନ୍ତି । ସେଥିରେ ସେ ‘ଜୟ ହିନ୍ଦ, ଜୟ ବାଙ୍ଗଲା’ ଲେଖିଛନ୍ତି । ଏହାସହ ବିଜେପିକୁ ମଧ୍ୟ ନିନ୍ଦା କରି କହିଛନ୍ତି ଧର୍ମକୁ ମିଶ୍ରିତ କରି ରାଜ୍ୟରେ ଅଶାନ୍ତି ପ୍ରଚାର କରିବାରେ ବିଜେପି ଏକ ନମ୍ବର ।

Intro:Body:

fd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.