ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ନୋବେଲ ବିଜେତା କୈଳାଶ ସତ୍ୟାର୍ଥୀ । ଗତକାଲି ରାଜ୍ୟ ବିଧାନସଭାରେ ଉଭୟେ ଭେଟି ରାଜ୍ୟର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ ।
ରାଜ୍ୟର ବିଭିନ୍ନ ବିକାଶ ଓ କଲ୍ୟାଣମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ ଜଣାଇଛନ୍ତି ସତ୍ୟାର୍ଥୀ । ଏହାସହ ଗ୍ରାମ୍ୟ ସଚିବାଳୟ ସ୍ଥାପନା ଓ ସ୍ବଂୟସେବକ ପ୍ରଣାଳୀକୁ ମଧ୍ୟ ସେ ପ୍ରଶଂସା କରିଥିଲେ ।ଆନ୍ଧ୍ର ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ‘ଆମ୍ମା ଭୋଦି’ ଯୋଜନାକୁ ନେଇ ମଧ୍ୟ ସେ ଖୁସି ବ୍ୟକ୍ତି କରିଥିଲେ । ଏହି ଯୋଜନା ମାଧ୍ୟମରେ ଯେଉଁ ଗରିବ ଶ୍ରେଣୀର ମାଆମାନେ ତାଙ୍କ ପିଲାକୁ ପାଠ ପଢେଇବା ପାଇଁ ଇଚ୍ଛା ରଖନ୍ତି, ସେମାନଙ୍କୁ ଶିକ୍ଷା ଖର୍ଚ୍ଚ ବାବଦରେ 15 ହଜାର ଟଙ୍କା ଦିଆଯିବ ।
ଏପରିକି ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡିଙ୍କ ସମସ୍ତ ବିଚାରଧାରାକୁ ତାଙ୍କୁ ଉତ୍ସାହିତ କରିପାରିଛି । ଏବଂ ସେ ‘କୈଳାଶ ସତ୍ୟାର୍ଥୀ ଶିଶୁ ସଙ୍ଗଠନ’କୁ ନିଜର ସମସ୍ତ ସହଯୋଗ କରିବେ ବୋଲି କହିଛନ୍ତି କୈଳାଶ । ଏହି ରାଜ୍ୟକୁ ଚାଇଲ୍ଡ-ଫ୍ରେଣ୍ଡଲି(ଶିଶୁ କଲ୍ୟାଣକାରୀ) ରାଜ୍ୟ କରିବାରେ ସହାୟକ କରିବେ ବୋଲି ସତ୍ୟାର୍ଥୀ କହିଛନ୍ତି ।
ଏହା ଏପରି ଏକ ରାଜ୍ୟ ଯେଉଁଠି ଶିଶୁମାନଙ୍କୁ ମାଗଣାରେ ଶିକ୍ଷାଦାନ ଦେବା ସହ ସମାଜରେ କୌଣସି ଶିଶୁ ସହ କୌଣସି ପ୍ରକାର ଭେଦଭାବ ହେଉ ନାହିଁ । ଆଗକୁ ରେଡ୍ଡୀଙ୍କ ଶାସନାଧିନରେ ସବୁ ଶିଶୁଙ୍କ ସ୍ବପ୍ନ ପୂରଣ ହେଉ ବୋଲି ସେ ଆଶା ରଖିଛନ୍ତି ।