ETV Bharat / bharat

ଲୋକ କଲ୍ୟାଣ ମାର୍ଗରେ ଅନ୍ତିମ ଫୈସଲା; ଶାହାଙ୍କ ସିକ୍ରେଟ ମିଶନ

ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର ସକାଳୁ ନିଜ ବାସଭବନରୁ ବାହାରି ଥିଲେ ନିଜେ ଡ୍ରାଇଭିଙ୍ଗ କରି । ନିଜ ବାସଭବନରୁ ଗୁଜୁରାଟ ଭବନ । ଗୁଜୁରାଟ ଭବନରୁ ଲୋକ କଲ୍ୟାଣ ମାର୍ଗ । ପିଏମ ଆବାସରେ ହେଲା ମିଶନ ମଧ୍ୟ ପ୍ରଦେଶର ଅନ୍ତିମ ଫୈସଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Mar 10, 2020, 11:54 PM IST

jyotiraditya scindia pm modi amit shah
jyotiraditya scindia pm modi amit shah

ଭୋପାଳ: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବାସହ ତାଙ୍କ ସହ ଦଳର 22 ଜଣ ବିଧାୟକ ମଧ୍ୟ ଇସ୍ତଫା ଦେଇଛନ୍ତି । ସିନ୍ଧିଆଙ୍କ ଏହି ନିଷ୍ପତିରେ କୋମଳନାଥ ସରକାର ଭାଙ୍ଗିବା ସ୍ପଷ୍ଟ ହୋଇଛି । ମଧ୍ୟ ପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗିବାର ଅନ୍ତିମ ନିଷ୍ପତି ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ନିଆଯାଇଥିଲା ।

ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର ସକାଳୁ ନିଜ ବାସଭବନରୁ ନିଜେ ଗାଡି ଚଳାଇ ଚଳାଇ ଗୁଜୁରାଟ ଭବନ ଅଭିମୁଖେ ବାହାରିଲେ । ଗୁଜୁରାଟ ଭବନରେ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ସିନ୍ଧିଆଙ୍କୁ ଅପେକ୍ଷା କରିଥିଲେ । ସିନ୍ଧିଆ ସେଠାରେ ପହଞ୍ଚିବା ପରେ ଅମିତ ଶାହା ନିଜ ସରକାରୀ ଗାଡିରେ ବିନା ସୁରକ୍ଷାରେ ସିଧା ବାହାରିଲେ ଲୋକ କଲ୍ୟାଣ ମାର୍ଗ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ଅଭିମୁଖେ । ସକାଳ 10:45ରେ ଶାହା ଓ ସନ୍ଧିଆ ମୋଦିଙ୍କ ବାସଭବନରେ ପହଞ୍ଚିଲେ । ପରେ ମୋଦି ଶାହା,ନଡ୍ଡାଓ ସନ୍ଧିଆଙ୍କ ମଧ୍ୟରେ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବୈଠକ ଚାଲିଲା । ଏହି ବୈଠକରେ ହିଁ କୋମଳନାଥ ସରକାରକୁ ଭାଙ୍ଗିବାକୁ ଅନ୍ତିମ ମୋହର ବାଜିଥିଲା ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ବୈଠକ ବାବଦରେ ବିଜେପିର ଅନ୍ୟ ଶୀର୍ଷନେତାଙ୍କୁ ମଧ୍ୟ ଡକାଯାଇନଥିଲା । ସିନ୍ଧିଆ ମଧ୍ୟ ନିଜର କୌଣସି ସହଯୋଗୀଙ୍କୁ ସାଙ୍ଗରେ ନେଇନଥିଲେ । ଯଦ୍ବାରା ରଣନୀତି ବିଷୟରେ କେହି କୌଣସି ଟେର ପାଇନଥିଲେ । ଏହି ବୈଠକରେ ହିଁ ମୋଦି ଶାହା ଯୋଡି ସିନ୍ଧିଆଙ୍କୁ ବୁଝାଇବାରେ ସଫଳ ହୋଇଥିଲେ । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୋଦି ଶାହା ଯୋଡି ସିଧା ସିନ୍ଧିଆଙ୍କୁ କହିଲେ ତାଙ୍କ(ସିନ୍ଧିଆ)ଙ୍କ ପରିବାରକୁ କଂଗ୍ରେସ ଅବହେଳା କରିଛି । କେବଳ ଦଳୀୟ ସ୍ବାର୍ଥ ପାଇଁ ବ୍ୟବହାର କରିଛି । କିନ୍ତୁ ଉପଯୁକ୍ତ ପଦ ମର୍ଯ୍ୟଦା ଦେଇନାହିଁ । ଆପଣ( ସିନ୍ଧିଆ) ହେଉଛନ୍ତି ଯୁବକଙ୍କ ଆଦର୍ଶ । ମଧ୍ୟ ପ୍ରଦେଶ ରାଜନୀତିର ଭବିଷ୍ୟତ । ଯଦି ଲୋକଙ୍କ ସେବାକୁ ତ୍ବରାନ୍ବିତ କରିବା ପାଇଁ ତାହୁଁଛନ୍ତି ବିଜେପିରେ ସାମିଲ ହୁଅନ୍ତୁ । ଦଳ ଉପଯୁକ୍ତ ପଦ ମର୍ଯ୍ୟଦାଓ ସମ୍ମାନ ଦେବ ।

ପ୍ରଧାନମନ୍ତ୍ରୀଙ୍କ ଠାରୁ ନିର୍ଭର ପ୍ରତିଶୃତି ପାଇବା ପରେ ପିଏମ ଆବାସରୁ ଶାହାଙ୍କ ଗାଡିରେ ସିନ୍ଧିଆ ପୁଣି ଗୁଜୁରାଟ ଭବନ ଫେରି ସେଠାରୁ ନିଜ ବାସଭବନକୁ ଆସି ନିଜର ଇସ୍ତଫା ପତ୍ର ଟ୍ବିଟ କଲେ । ତା ପୂର୍ବରୁ ନିଜ କାର୍ଯ୍ୟାଳୟର ଜଣେ କର୍ମଚାରୀ କଂଗ୍ରେସ କାର୍ଯ୍ୟାଳୟ ଯାଇ ଇସ୍ତଫା ପତ୍ର ପ୍ରଦାନ କରିଥିଲେ ।

କଣ ଲେଖିଥିଲେ ଇସ୍ତଫା ପତ୍ର

ସମ୍ମାନନୀୟା ମିସେସ ଗାନ୍ଧି...

ଦୀର୍ଘ ୧୮ ବର୍ଷ ଧରି ମୁଁ ଦଳର ଜଣେ ପ୍ରାଥମିକ ସଦସ୍ୟ ଭାବେ କାର୍ଯ୍ୟକରୁଥିଲି । ବର୍ତ୍ତମାନ ମୋ ପାଇଁ ଦଳରୁ ବିଦାୟ ନେବାର ସମୟ ଆସିଛି । ଭାରତୀୟ ଜାତୀୟ କଂଗ୍ରେସରୁ ଇସ୍ତଫା ଦେଉଛି । ଯାହା ଗତ ବର୍ଷଠାରୁ ହୋଇଥାନ୍ତା । କିନ୍ତୁ ମୁଁ ଦଳକୁ ଭରଷା ବିଶ୍ବାସ କରିଥିଲେ । ପ୍ରାରମ୍ଭରୁ ମୋର ଲକ୍ଷ୍ୟ ମଧ୍ୟ ପ୍ରଦେଶ ଲୋକଙ୍କ ସେବା କରିବା ଥିଲା ଅଛି । କିନ୍ତୁ ବର୍ତ୍ତମାନ ସ୍ଥିତିରେ କଂଗ୍ରେସରେ ରହି ମୁଁ ସେବା କରିବା ଅସମର୍ଥ । ତେଣୁ ମୁଁ କାର୍ଯ୍ୟକର୍ତ୍ତାଙ୍କ ଆଶା ଓ ଆକାଂକ୍ଷାକୁ ସମ୍ମାନ ଜଣାଇ ନୂତନ ଯାତ୍ରା ଆରମ୍ଭ କରିବି । କଂଗ୍ରେସରେ ଦୀର୍ଘବର୍ଷ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ ।

ସିନ୍ଧିଆ ଇସ୍ତଫା ଦେବାର କିଛି ସମୟ ପରେ ସାମୂହିକ ଭାବେ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.