ETV Bharat / bharat

ସସପେନ୍ସ ବଢାଇଲେ ସିନ୍ଧିଆ; କେବେ ହେବେ ବିଜେପିରେ ସାମିଲ ?

author img

By

Published : Mar 10, 2020, 10:20 PM IST

ମଧ୍ୟ ପ୍ରଦେଶ ରାଜନୀତିକୁ ନେଇ ବଢିଲା ଉତ୍କଣ୍ଠା । କଂଗ୍ରେସରୁ ଇସ୍ତଫା ଦେବା ସତ୍ତ୍ବେ ବିଜେପିରେ ସାମିଲ ହେଲେ ନାହିଁ ଜ୍ୟୋତିରାଦିତ୍ୟ ସିନ୍ଧିଆ । କ’ଣ ରହିଛି କାରଣ ? ସାମିଲ ହେବେ ନା ବିକଳ୍ପ ପଦକ୍ଷେପ ନେବେ ? ଯଦି ସାମିଲ ହେବେ କେବେ ? ପଢନ୍ତୁ ସମ୍ପୂର୍ଣ୍ଣ ଖବର...

jyotiraditya scindia
jyotiraditya scindia

ଭୋପାଳ: ମଧ୍ୟ ପ୍ରଦେଶ ରାଜନୀତିରେ ବଢୁଛି ଉତ୍କଣ୍ଠା । ଗୋଟିଏ ବର୍ଷ ତଳେ ଦେଶର 3 ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜ୍ୟ ମଧ୍ୟ ପ୍ରଦଶ, ରାଜସ୍ଥାନ ଓ ଛତିଶଗଡରେ ଶାସକ ବିଜେପିକୁ କ୍ଷମତାଚ୍ୟୁତ କରି କଂଗ୍ରେସ କ୍ଷମତା ଦଖଲ କରିଥିଲା । କଂଗ୍ରେସ 3 ରାଜ୍ୟରେ କ୍ଷମତା ଦଖଲ କଲା ସତ କିନ୍ତୁ ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ସରକାରର ଭବିଷ୍ୟତକୁ ନେଇ ପ୍ରାରମ୍ଭରୁ ହିଁ ଆଶଙ୍କା ଲାଗିରହିଲା । ଯାହା ମଙ୍ଗଳବାର ସତ ପ୍ରମାଣିତ ହୋଇଛି ।

ମଧ୍ୟ ପ୍ରଦେଶ ରାଜନୀତି ଓ କଂଗ୍ରେସର ଭବିଷ୍ୟତ କୁହାଯାଉଥିବା ତଥା ଗ୍ବାଲିୟର ରାଜା ଜ୍ୟୋତିରାଦିତ୍ୟ ସିନ୍ଧିଆ 18 ବର୍ଷର ସମ୍ପର୍କ ଭାଙ୍ଗି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ତାଙ୍କୁ ସମର୍ଥନ କରି କଂଗ୍ରେସ ଦଳର 20 ଜଣ ବିଧାୟକ ମଧ୍ୟ ଇସ୍ତଫା ଦେଇଛନ୍ତି, ଯେଉଁମାନଙ୍କ ମଧ୍ୟରେ କୋମଳନାଥ ସରକାରଙ୍କ 6 ମନ୍ତ୍ରୀ ଅଛନ୍ତି । କଂଗ୍ରେସରୁ ଇସ୍ତଫା ଦେବାପରେ ସାରା ଦିନର ହଲଚଲ ଦେଖି ଆକଳନ କରାଯାଉଥିଲା ମଙ୍ଗଳବାର ସଂଧ୍ୟାରେ ହିଁ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ସାମିଲ ହେବେ । ଏହି ଆକଳନକୁ ଆହୁରି ଶକ୍ତି ଯୋଗଉଥିଲା ବିଜେପିର ତ୍ବରିତ ନିଷ୍ପତ୍ତି ଓ ନିର୍ବାଚନ ସମିତି ବୈଠକକୁ ନେଇ । କିନ୍ତୁ ତାହା ହୋଇନାହିଁ । ଯଦିଓ ଔପଚାରିକତା ଭାବେ ସିନ୍ଧିଆ ବିଜେପିରେ ସାମିଲ ହୋଇନାହାଁନ୍ତି । କିନ୍ତୁ ବିଜେପିରେ ସାମିଲ ହେଉଥିବା ସ୍ପଷ୍ଟ ହୋଇଛି । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ବିଜେପିର ନିର୍ବାଚନ ସମିତି ବୈଠକରେ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀତ୍ବ କୁ ନେଇ ବିଭିନ୍ନ ନେତାଙ୍କ ନାମ ଉପରେ ଚର୍ଚ୍ଚା ହୋଇଛି । ଏହାବାଦ ମଧ୍ୟ ପ୍ରଦେଶର 3ଟି ଆସନ ଉପରେ ମଧ୍ୟ ନିର୍ବାଚନ ସମିତି ଆଲୋଚନା କରିଛି । ଯେଉଁଥିରେ ସିନ୍ଧିଆଙ୍କ ପ୍ରାର୍ଥୀପତ୍ର ଉପରେ ମୋହର ବାଜିଛି ।

ତେବେ ସନ୍ଧିଆ ମଙ୍ଗଳବାର କାହିଁକି ବିଜେପିରେ ସାମିଲ ହେଲେ ନାହିଁ ? ଏବେ ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି ? ରାଜନୀତି ପଣ୍ଡିତଙ୍କ ଆକଳନ ହେଲା ବର୍ତ୍ତମାନ ସୁଦ୍ଧା ବିଜେପି ସହ ସିନ୍ଧିଆଙ୍କ ଡିଲ’ ଛିଣ୍ଡି ନାହିଁ । କିଛି ପ୍ରସଙ୍ଗରେ ଏବେବି କଥା ବାର୍ତ୍ତା ଜାରି ରହିଛି । ତେବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସିନ୍ଧିଆଙ୍କ ସହ ବିଜେପିର ବୁଝାମଣା ଶେଷ ହୋଇସାରିଛି । କିନ୍ତୁ ବିଧିବଦ୍ଧ ଦଳରେ ସାମିଲ ହେବା ପାଇଁ ଦିନେ ଦୁଇଦିନ ସମୟ ଲାଗିପାରେ । କାରଣ ସିନ୍ଧିଆ ଚାହୁଁଛନ୍ତି ସେ ଦିଲ୍ଲୀ ମୁଖ୍ୟାଳୟ ପରିବର୍ତ୍ତେ ଭୋପାଳରେ ସାମିଲ ହେବେ । ଯଦ୍ବାରା ତାଙ୍କର ସମର୍ଥକ ଓ ଇସ୍ତଫା ଦେଇଥିବା ବିଧାୟକ ମଧ୍ୟ ଉପସ୍ଥିତ ରହିପାରିବେ । ଏହାସହ ତାଙ୍କର ଶକ୍ତି ପ୍ରଦର୍ଶନ ମଧ୍ୟ ହେବ ।

ବିଜେପି ମଧ୍ୟ ଜ୍ୟୋତିରାଦିତ୍ୟଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଭୋପାଳରେ ଏକ ମେଗା କାର୍ଯ୍ୟକ୍ରମର ଆୟୋଜନ କରୁଛି । ବୁଧବାର କିମ୍ବା ଗୁରୁବାର ଏହି ମହାମିଶ୍ରଣ କାର୍ଯ୍ୟକ୍ରମ ହେବ । ଯେଉଁଥିରେ ବିଜେପିର ହେଭିଓ୍ବେଟ୍ ସାମିଲ ହେବେ । ମିଶ୍ରଣ ପର୍ବ ଶେଷ ହେବାପରେ ସେଠାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ସିଧା ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପାଇଁ ଏକ ଶୋଭାଯାତ୍ରାରେ ଯିବେ । ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ମିଶ୍ରଣ ପର୍ବକୁ ଘୁଞ୍ଚାଇ ଦିଆଯାଇଛି ।

ସୂତ୍ର ଅନୁସାରେ ବିଜେପି ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନରେ 2ଟି ପ୍ରାର୍ଥୀ ଦେବାକୁ ରଣନୀତି କରିଛି । ପ୍ରଥମ ପ୍ରାର୍ଥୀ ଭାବେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପ୍ରାର୍ଥୀ କରିବ । ଦ୍ବିତୀୟ ପ୍ରାର୍ଥୀ ଭାବେ ପ୍ରଦେଶର ଜଣେ ବରିଷ୍ଠ ନେତାଙ୍କୁ ପ୍ରାର୍ଥୀ କରିବ । ଏଠାରେ ସୂଚନା ଥାଉକି ରାଜ୍ୟ 3ଟି ଆସନରୁ ଗୋଟିଏ ବିଜେପି ଗୋଟିଏ କଂଗ୍ରେସ ବିଜୟୀ ହେବା ସ୍ପଷ୍ଟ ହେଉଥିବା ବେଳେ ତୃତୀୟ ଆସନକୁ ନେଇ ଲାଗି ରହିଛି ଛକାପଞ୍ଝା । ଯାହାକୁ କବଜା କରିବା ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.