ETV Bharat / bharat

ବିଶ୍ବ ହେପାଟାଇଟିସ ଦିବସ: 2030 ସୁଦ୍ଧା ରୋଗକୁ ସମୂଳେ ନାଶ କରିବାକୁ ଲକ୍ଷ୍ୟ

ବିଶ୍ବ ହେପାଟାଇଟିସ୍‌ ଦିବସରେ ଚଳିତ ବର୍ଷର ଥିମ୍‌ ରହିଛି 'ହେପାଟାଇଟିସ୍‌ କୁ ଶେଷ କରିବାକୁ ନିବେଶ କରନ୍ତୁ' । ଅର୍ଥାତ 2030 ସୁଦ୍ଧା ଏହି ରୋଗକୁ ସମୂଳେ ନାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ।

author img

By

Published : Jul 28, 2019, 11:26 AM IST

ଫାଇଲ ଫଟୋ

ଲକ୍ଷ୍ନୌ: ଆଜି ହେଉଛି ବିଶ୍ବ ହେପାଟାଇଟିସ୍‌ ଦିବସ । ଚଳିତ ବର୍ଷ ଏହାର ଥିମ୍‌ ରହିଛି 'ହେପାଟାଇଟିସ୍‌ କୁ ଶେଷ କରିବାକୁ ନିବେଶ କରନ୍ତୁ' । 2030 ସୁଦ୍ଧା ଏହି ରୋଗକୁ ସମୂଳେ ନାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆଉ ଏହାକୁ ହୋଷ୍ଟ କରୁଛି ପାକିସ୍ତାନ । ଏହି ରୋଗରୁ ମୁକ୍ତି ପାଇବା ପାଇଁ ଓ ବିଶ୍ବ ସ୍ତରରେ ଏହା ସମ୍ବନ୍ଧରେ ଅଧିକରୁ ଅଧିକ ସଚେତନତା ବଢାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଟ୍ବିଟ ।

world hepatities day
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@Naveen_odisha

ସେହିପରି ବିଶ୍ବ ହେପାଟାଇଟିସ ଦିବସରେ ବିଜେପି ନେତା ଶିବରାଜ ସିଂହ ଚୌହାନ ଶିଶୁଙ୍କୁ ଏହି ଟୀକା ଦେବାକୁ ଟ୍ବିଟ ଜରିଆରେ ପରାମର୍ଶ ଦେଇଛନ୍ତି । ନିଜେ ସୁସ୍ଥ ରହିବା ସହ ଅନ୍ୟକୁ ସୁସ୍ଥ ରହିବାକୁ ମଧ୍ୟ କହିଛନ୍ତି ।

ପ୍ରକୃତରେ ଏହି ରୋଗ ସଂକ୍ରମଣ ଦ୍ବାରା ବ୍ୟାପି ଥାଏ । ଏହାଛଡା ବିଭିନ୍ନ ଡ୍ରଗ୍ସ, ଆଲକହଲ ଓ ଟକ୍ସିନ ସେବନ ଦ୍ବାରା ମଧ୍ୟ ଏହା ବ୍ୟାପିଥାଏ । ଭାରତ ଭଳି ଜନବହୁଳ ଦେଶରେ ଏଚଆଇଭି, ମ୍ୟାଲେରିଆ ଓ ଡେଙ୍ଗୁ ରୋଗରେ ଯେତିକି ମୃତ୍ୟୁ ହେଉନାହିଁ ବରଂ ହେପାଟାଇଟିସ ବି ଓ ସି ରୋଗରେ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । କିନ୍ତୁ ଲୋକଙ୍କ ମଧ୍ୟରେ ଏଥି ପ୍ରତି ସଚେତନତା ନାହିଁ । କେବଳ ଏତିକି ନୁହେଁ, ଯେଉଁମାନଙ୍କୁ ଏହି ରୋଗ ହେଉଛି ସେମାନେ ମଧ୍ୟ ଏହି ରୋଗର ଲକ୍ଷଣକୁ ବୁଝି ପାରୁନାହାଁନ୍ତି ଯେ ପର୍ଯ୍ୟନ୍ତ ମାମଲା ଅତି ଗମ୍ଭୀର ନ ହେଉଛି ।

world hepatities day
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@chouhanShivraj

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଟାଟୁ ଦ୍ବାରା ମଧ୍ୟ ଏହି ରୋଗ ବ୍ୟାପିଥାଏ । ଯଦି ଛୁଞ୍ଚି ପୂର୍ବରୁ ହିଁ କୌଣସି ହେପାଟାଇଟିସ ସଂକ୍ରମିତ ରୋଗୀଙ୍କ ସ୍କିନ୍‌ରେ ବ୍ୟବହାର ହୋଇଥାଏ, ଛୁଞ୍ଚି ଯଦି ବଦଳା ଯାଇନଥାଏ ତେବେ ପରେ ଯେଉଁମାନେ ଟାଟୁ କରିଥାନ୍ତି ସେମାନଙ୍କୁ ଏହି ରୋଗ ହେବାର ଯଥେଷ୍ଟ ସମ୍ଭାବନା ଥାଏ । ଉତ୍ତରପ୍ରଦେଶ ମିରଟରେ ହେପାଟାଇଟିସର ସଚେତନତା ନିମନ୍ତେ ଏକ ବିଶାଳ ରାଲି କରାଯାଇଛି । କାନ୍ଥରେ ଚିତ୍ର କରି ଲୋକମାନଙ୍କ ହେପାଟାଇଟିସ ରୋଗର ସଂକ୍ରମଣ ବିଷୟରେ ବୁଝାଇବା ସହ ଏହାର ନିରାକରଣ କିପରି କରାଯାଇ ପାରିବ ସେଥିପ୍ରତି ମଧ୍ୟ ଏକ ସଭା ଆୟୋଜନ ହୋଇଯାଇଛି ।

Intro:Body:

TESTING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.