ବେଙ୍ଗାଲୁରୁ: ସାଇବର ଅପରାଧ ଶବ୍ଦକୋଷରେ ଏକ ନୂଆ ଶବ୍ଦ ଯୋଡାଯାଇଛି | ଏହା ହେଉଛି ଜୁସ୍ ଜ୍ୟାକିଂ | ଅନେକ ଲୋକ ଏହାର ଶିକାର ହୋଇଛନ୍ତି, ତଥାପି ସଚେତନ ହେବା ବ୍ୟତୀତ ଏହା ବିରୁଦ୍ଧରେ କୌଣସି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ ହେଉନାହିଁ | ଯେହେତୁ ମୋବାଇଲ ଫୋନର ଚାର୍ଜିଂ କେବୁଲ୍ ସୁବିଧା ପାଇଁ ଡାଟା କେବୁଲରେ ପରିଣତ ହୋଇଛି, ଏନେଇ ମୋବାଇଲ ଫୋନରେ ଗଚ୍ଛିତ ବ୍ୟକ୍ତିଗତ ତଥ୍ୟକୁ ହ୍ୟାକ୍ କରିବା ପାଇଁ ଜୁସ୍ ଜ୍ୟାକିଂ ଏକ ସୁବିଧାଜନକ ଉପାୟ ପାଲଟିଯାଇଛି ।
ହ୍ୟାକର୍ସ ସର୍ବସାଧାରଣ ସ୍ଥାନକୁ ଟାର୍ଗେଟ କରନ୍ତି, ଯେଉଁଠାରେ ବିମାନବନ୍ଦର, ବସଷ୍ଟାଣ୍ଡ, ରେଳ ଷ୍ଟେସନ, ପାର୍କ ଏବଂ ମଲ୍ ପରି ସ୍ଥାନରେ ମାଗଣା ଚାର୍ଜିଂ ପଏଣ୍ଟ ଉପଲବ୍ଧ ଥାଏ | ଚାର୍ଜିଂ ପାଇଁ USB ପୋର୍ଟଗୁଡିକ ଏବଂ ପ୍ରିଗ୍ରୋଗ୍ରାମେଡ୍ ଡାଟା କେବୁଲ୍ ମଧ୍ୟ ସେହି ଫାନ୍ଦ ହୋଇପାରେ, ଯାହା ମାଧ୍ୟମରେ ଜଣେ ବ୍ୟକ୍ତିଗତ ତଥ୍ୟ ସ୍ଥାନାନ୍ତରିତ ହୋଇଯାଏ । ବ୍ୟାଙ୍କିଙ୍ଗ୍, ସୋସିଆଲ୍ ମିଡିଆ ପ୍ରୋଫାଇଲ, ବ୍ୟକ୍ତିଗତ ତଥ୍ୟ ପାଇଁ ବ୍ୟବହୃତ ପାସୱାର୍ଡ ବିଷୟରେ ହ୍ୟାକର୍ସମାନେ ଜାଣିପାରନ୍ତି । ଏମାନେ ପାସୱାର୍ଡଗୁଡ଼ିକୁ ପୁନଃ ସେଟ କରିବା ପରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟକୁ ନେଇ ବ୍ଲାକମେଲ କରିପାରନ୍ତି ।
![ଜୁସ୍ ଜ୍ୟାକିଂ: ଡାଟା ଚୋରି କରିବା ପାଇଁ ସାଇବର ଅପରାଧୀଙ୍କ ନୂଆ ଉପାୟ](https://etvbharatimages.akamaized.net/etvbharat/prod-images/7728897_juce.jpg)
ଯୁଗ୍ମ ପୋଲିସ କମିଶନର (ଅପରାଧ) ସନ୍ଦୀପ ପାଟିଲ କହିଛନ୍ତି ଯେ ବେଙ୍ଗାଲୁରୁର ଆଇଟି ରାଜଧାନୀରେ ସାଇବର ଅପରାଧ ବଢିବାରେ ଲାଗିଛି । ଆମେ ସ୍ଥାନୀୟ ପୋଲିସ ଷ୍ଟେସନ, ସିସିବି କିମ୍ବା ସାଇବର କ୍ରାଇମ ଷ୍ଟେସନ ଓ ସର୍ବସାଧାରଣ ସ୍ଥାନରେ ଥିବା ଚାର୍ଜିଂ ପଏଣ୍ଟଗୁଡିକୁ ଯାଞ୍ଚ କରିବୁ । ଲୋକମାନେ ଏ ଦିଗରେ ଅବଗତ ହୋଇଗଲେ ହେଲେ ସେମାନଙ୍କୁ ପଦକ୍ଷେପ ନେବାକୁ ପଡିବ ।
ବ୍ୟକ୍ତିଗତ ତଥ୍ୟ ଚୋରି କରିବା ପାଇଁ ବ୍ୟବହୃତ ପଦ୍ଧତି ମଧ୍ୟରୁ ଜୁସ୍ ଜ୍ୟାକିଂ କେବଳ ଗୋଟିଏ । ଏହାକୁ ରୋକିବା ପାଇଁ ଏକମାତ୍ର ଉପାୟ ହେଉଛି ସଚେତନ ହେବା ।