ETV Bharat / bharat

କୋରୋନା ଚିକିତ୍ସା ପାଇଁ ଭାରତରେ ରେମଦେସିଭର୍ ଲଞ୍ଚ କଲା ଜୁବିଲାଣ୍ଟ - କୋରୋନା ଚିକିତ୍ସା ପାଇଁ ଭାରତରେ ରେମଦେସିଭର୍ ଲଞ୍ଚ କଲା ଜୁବିଲାଣ୍ଟ

କୋଭିଡ-19 ଚିକିତ୍ସା ପାଇଁ ଭାରତରେ ରେମଦେସିଭର୍ ଲଞ୍ଚ କଲା ଜୁବିଲାଣ୍ଟ । ଜୁବିଲାଣ୍ଟ ଲାଇଫ ସାଇନ୍ସ JUBI-R ବ୍ରାଣ୍ଡ ନାମରେ ଇଞ୍ଜେକ୍ସନ ବାହାର କରିଛି । ଯାହାର ଭାରତୀୟ ବଜାରରେ 100 ମିଗ୍ରା ପିଛା 4,700 ଟଙ୍କା ମୂଲ୍ୟରେ ମିଳିବ । ଅଧିକ ପଢନ୍ତୁ...

କୋରୋନା ଚିକିତ୍ସା ପାଇଁ ଭାରତରେ ରେମଦେସିଭର୍ ଲଞ୍ଚ କଲା ଜୁବିଲାଣ୍ଟ

author img

By

Published : Aug 4, 2020, 7:04 PM IST

ଲକ୍ଷ୍ନୌ: ସାରାବିଶ୍ବରେ ବର୍ତ୍ତମାନ କୋରୋନା କାଳ । ଏଭଳି ସ୍ଥିତିରେ କୋଭିଡ-19 ଚିକିତ୍ସା ପାଇଁ ଭାରତରେ ରେମଦେସିଭର୍ ଲଞ୍ଚ କଲା ଜୁବିଲାଣ୍ଟ । ଜୁବିଲାଣ୍ଟ ଲାଇଫ ସାଇନ୍ସ JUBI-R ବ୍ରାଣ୍ଡ ନାମରେ ଇଞ୍ଜେକ୍ସନ ବାହାର କରିଛି । ଯାହାର ଭାରତୀୟ ବଜାରରେ 100 ମିଗ୍ରା ପିଛା 4,700 ଟଙ୍କା ମୂଲ୍ୟରେ ମିଳିବ । ତେବେ ଔଷଧ 1000 ରୁ ଅଧିକ ଡାକ୍ତରଖାନାରେ ଉପଲବ୍ଧ, ଯାହା COVID-19 ଚିକିତ୍ସା ଯୋଗାଉଛି । ଏହି ମହାମାରୀ କାରଣରୁ ଜୁବିଲାଣ୍ଟ ତାର ହେଲ୍ପଲାଇନ ସସୟସୀମାକୁ 24 ଘଣ୍ଟାକୁ ବଢାଇଛି ।

ଦାରିଦ୍ର ସୀମାରେଖା ତଳେ ଥିବା ରୋଗୀ ଏବଂ ଫ୍ରଣ୍ଟଲାଇନ ପାରାମେଡିକାଲ କର୍ମଚାରୀଙ୍କ ପାଇଁ ଏହାର ଉପଲବ୍ଧତା ବୃଦ୍ଧି କରିବାକୁ, ଜୁବିଲାଣ୍ଟ ଭାରତ ଫାଉଣ୍ଡେସନ - ଜୁବିଲାଣ୍ଟ ଗ୍ରୁପର ଏକ ସଂଗଠନ -ଔଷଧ ବିତରଣ ଲକ୍ଷ୍ୟରେ କାର୍ଯ୍ୟକ୍ରମ ଆରମ୍ଭ କରିଛି। ମେ ମାସରେ, ଜୁବିଲାଣ୍ଟ, ଗିଲ୍ଡ୍ ସାଇନ୍ସସ୍ ଇନ୍କ ସହିତ ଏକ ଅଣ-ସ୍ୱତନ୍ତ୍ର ଲାଇସେନ୍ସ ଚୁକ୍ତି କରିଥିଲା । ​​ଯାହା ଭାରତ ସମେତ 127 ଟି ଦେଶରେ ଅନୁସନ୍ଧାନକାରୀ ଔଷଧ ରେମଦେସିଭର୍ ପଞ୍ଜିକରଣ, ଉତ୍ପାଦନ ଏବଂ ବିକ୍ରୟ କରିବାର ଅଧିକାର ପ୍ରଦାନ କରିଥିଲା।

ରେମଦେସିଭର୍ ହେଉଛି ଏକମାତ୍ର ଆଣ୍ଟି-ଭାଇରାଲ୍ ଔଷଧ ଯାହାକି ଆମେରିକାରେ COVID-19 ସହ ଗୁରୁତର ରୋଗରେ ଆକ୍ରାନ୍ତ ବୟସ୍କ ଏବଂ ଶିଶୁଙ୍କ ଚିକିତ୍ସା ପାଇଁ ଜରୁରୀକାଳୀନ ଭାବେ ବ୍ୟବହାର କରିବାକୁ ଅନୁମତି ପାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.