ETV Bharat / bharat

ପରିବେଶକୁ ସୁରକ୍ଷା ଦେବ 'ନାଉଖି ଡାଲି କା ମେଳା'

author img

By

Published : Nov 28, 2019, 6:16 PM IST

ପରିବେଶ ସଂରକ୍ଷଣ ପାଇଁ ମେଳା । ଏହି ମେଳା ଦିନେ କି ଦୁଇଦିନର ନୁହେଁ ବରଂ 120 ବର୍ଷ ପୁରୁଣା । ଅଧିକ ପଢନ୍ତୁ...

'ନାଉଖି ଡାଲି କା ମେଳା'
ଫଟୋ ସୌଜନ୍ୟ: ଏଏନଆଇ

ଶିମଲା: ପରିବେଶ ସଂରକ୍ଷଣ ପାଇଁ ମେଳା । ହିମାଚଳ ପ୍ରଦେଶରୁ 20 କିମି ଦୂର ଜୁବାରହାଟ୍ଟୀରେ ପରିବେଶ ସୁରକ୍ଷା ପାଇଁ 'ନାଉଖି ଡାଲି କା ମେଳା' ନାମକ ଏକ ପର୍ବ ପାଳନ କରାଯାଉଛି । ଯେଉଁଠି ପରିବେଶ କିପରି ସୁରକ୍ଷିତ ରହିବ ସେନେଇ ବାର୍ତ୍ତା ଦିଆଯିବା ସହ ପରମ୍ପରା ଓ ସଂସ୍କୃତି ସମ୍ବନ୍ଧରେ ବାର୍ତ୍ତା ଦିଆଯାଉଛି ।

ତେବେ ଏହି ମେଳା ଦିନେ କି ଦୁଇଦିନର ନୁହେଁ ବରଂ 120 ବର୍ଷ ପୁରୁଣା । କିଛିଦିନ ତଳେ ଏହି ପର୍ବ ବନ୍ଦ କରିଦିଆଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଚେଷ୍ଟାରେ ଏହାକୁ ପୁଣି ଆରମ୍ଭ କରାଯାଇଛି । ଦୁଇଦିନ ଧରି ଚାଲୁଥିବା ଏହି ପର୍ବ ବୁଧବାରଠୁ ଆରମ୍ଭ ହୋଇଛି । ଏଥିରେ ସାଧାରଣତଃ ଅଲିଭ ଗଛକୁ ପୂଜା କରାଯାଏ । ଭଗବାନ ଶିବ ଏହି ଗଛରେ ବସବାସ କରୁଥିବା ସ୍ଥାନୀୟ ଲୋକଙ୍କ ବିଶ୍ବାସ ରହିଛି।

ତେବେ ଏହି ମେଳାକୁ ବୁଲିବାକୁ ଆସୁଥିବା ଲୋକଙ୍କୁ ଗଛ ନ କାଟିବାକୁ ପରାମର୍ଶ ଦିଆଯାଇଥାଏ । ଏହି ମେଳାରେ ସ୍ଥାନୀୟ ଗ୍ରାମବାସୀ ମିଶି ଧନୁ ଓ ତୀର ଧରି ଉତ୍ସବ ମନାଇଥାନ୍ତି । ପରିବେଶ ପ୍ରତି ଥିବା ତାଙ୍କର ଭଲ ପାଇବା ଦେଖାଇବା ସହ ପାରମ୍ପରିକ ଖେଳ ଧନୁ ଓ ତୀରକୁ ମଧ୍ୟ ମେଳାରେ ଦେଖିବାକୁ ମିଳିଥାଏ । ପାଖାପାଖି 30ଟି ଗାଁର ଲୋକେ ଏଥିରେ ଅଂଶ ଗ୍ରହଣ କରିଥାନ୍ତି । ସାଧାରଣତଃ ଯୁବପିଢୀ ମଧ୍ୟ ଏହି ମେଳାରେ ଯୋଗଦେବାକୁ ଉତ୍ସାହ ଦେଖିବାକୁ ମିଳୁଛି ।

କଥାରେ ଅଛି ପରିବେଶ ସୁରକ୍ଷା ଜୀବନ ରକ୍ଷା । ଦିନକୁ ଦିନ ଜନସଂଖ୍ୟା ବଢିବା ସହିତ ପରିବେଶ ମଧ୍ୟ ଅସୁରିକ୍ଷତ ହେବାରେ ଲାଗିଛି । ଆଉ ପରିବେଶ ସଂରକ୍ଷଣ ପାଇଁ ସରକାର ଅନେକ ଯୋଜନା ମଧ୍ୟ କରୁଛନ୍ତି । ହେଲେ ହିମାଚଳ ପ୍ରଦେଶର ନାଉଖି ଡାଲି ପର୍ବ ସମସ୍ତଙ୍କ ପାଇଁ ଏକ ଉଦାହରଣ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.