ETV Bharat / bharat

ସମଗ୍ର ଭାରତରେ ପଦ୍ମ ଫୁଟାଇବୁ: ଜେପି ନଡ୍ଡା

ବିଜେପିର ନୂଆ ଅଧ୍ୟକ୍ଷ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ସୋମବାର ପ୍ରଥମଥର ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି ଜେପି ନଡ୍ଡା । ଜାଣନ୍ତୁ ସେ କ'ଣ କହିଛନ୍ତି...

jp nadda
ଜେପି ନଡ୍ଡା
author img

By

Published : Jan 20, 2020, 6:53 PM IST

ନୂଆଦିଲ୍ଲୀ: ବିଜେପିର ନୂଆ ଅଧ୍ୟକ୍ଷ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ସୋମବାର ପ୍ରଥମଥର ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି ଜେପି ନଡ୍ଡା । ଏହି ପଦ ପାଇଁ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ । ଏହା ସହିତ ଆଗାମୀ ଦିନରେ ସମ୍ପୁର୍ଣ୍ଣ ଭାରତରେ ପଦ୍ମ ଫୁଟାଇବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି ନଡ୍ଡା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ନଡ୍ଡା କହିଛନ୍ତି, ମୁଁ ଦଳର ବରିଷ୍ଠ ସଦସ୍ୟଙ୍କ ସହ ବହୁ ବର୍ଷ ଧରି କାମ କରିବାର ସୁଯୋଗ ପାଇଛନ୍ତି। ବିଶେଷ ଭାବରେ ଅମିତ ଶାହାଙ୍କ ସହ କାମ କରିବାର ସୁଯୋଗ ପାଇଛି । ଯାହା ମୋ ପାଇଁ ଗର୍ବର ବିଷୟ । ମୋ ଭଳି ଜଣେ ସାଧାରଣ ବ୍ୟକ୍ତିକୁ ଏତେ ବଡ ଦାୟିତ୍ବ ଦିଆଯାଇଛି । ଏହା ବିଜେପିର ବିଶାଳ ହୃଦୟ ଯୋଗୁଁ ସମ୍ଭବ ହୋଇପାରିଛି । ବର୍ତ୍ତମାନ ବିଜେପି ଦେଶରେ ସବୁଠୁ ମଜବୁତ ଦଳ ଭାବରେ ରହିଛି । ସବୁଠୁ ଅଧିକ ସାଂସଦ ଏବଂ ବିଧାୟକ ଆମ ପାଖରେ ରହିଛି । ବର୍ତ୍ତମାନ ଆଉ କିଛି ପ୍ରଦେଶ ରହିଛି, ଯେଉଁଠି ପଦ୍ମ ଫୁଟିବା ବାକି ଅଛି । ଆଗାମୀ ସମୟରେ ଆମେ ସେଠାରେ ଅବଶ୍ୟ ପଦ୍ମ ଫୁଟାଇବୁ ଏବଂ ଦଳକୁ ଆହୁରି ମଜବୁତ କରିବୁ ବୋଲି ନଡ୍ଡା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଜେ.ପି ନଡ୍ଡା ବିଜେପିର ନୂଆ ଅଧ୍ୟକ୍ଷ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ତାଙ୍କର ସ୍ବାଗତ ସମାରୋହ ଆୟୋଜିତ ହୋଇଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ଯୋଗ ଦେଇଛନ୍ତି ।

Intro:Body:

VIDEO

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.