ETV Bharat / bharat

ନଡ୍ଡାଙ୍କ କାର ଉପରେ ଆକ୍ରମଣ ଘଟଣା, 3 ବରିଷ୍ଠ IPSଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଡାକରା

author img

By

Published : Dec 12, 2020, 4:35 PM IST

Updated : Dec 12, 2020, 5:30 PM IST

ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ତାଙ୍କ ଟିମ ଉପରକୁ ଆକ୍ରମଣ ଘଟଣାରେ ପ୍ରଶାସନିକ କାର୍ଯ୍ୟନୁଷ୍ଠାନ ଆରମ୍ଭ । 3 ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଡକରା । ପଢନ୍ତୁ ଅଧିକ...

ଜେ.ପି ନଡ୍ଡାଙ୍କ କନଭେୟକୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ , 3 ବରିଷ୍ଠ IPS ଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ନିର୍ଦ୍ଦେଶ

କୋଲକାତା: ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର ଓ ତାଙ୍କ ଟିମ ଉପରକୁ ଆକ୍ରମଣ ଘଟଣାରେ ପ୍ରଶାସନିକ କାର୍ଯ୍ୟନୁଷ୍ଠାନ ଆରମ୍ଭ ହୋଇଛି । ସୁରକ୍ଷା ବ୍ୟବସ୍ଥାରେ ଅହେତୁକ ଅବହେଳା କାରଣ ଦର୍ଶାଇ 3 ଜଣ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ଗୃହମନ୍ତ୍ରଣାଳୟ ଏହି ନିର୍ଦ୍ଦେଶନାମା ଜାରି କରିଛି ।

ନଡ୍ଡାଙ୍କ କାର ଉପରେ ଆକ୍ରମଣ ଘଟଣା, 3 ବରିଷ୍ଠ IPSଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଡାକରା
ନଡ୍ଡାଙ୍କ କାର ଉପରେ ଆକ୍ରମଣ ଘଟଣା, 3 ବରିଷ୍ଠ IPSଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଡାକରା

ଗତ 10 ତାରିଖରେ ଏକ ସାଧାରଣ ସଭାରେ ଯୋଗ ଦେବା ପାଇଁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ତାଙ୍କ ଟିମ ଯାଉଥିବା ବେଳେ ତାଙ୍କ କନଭେୟ ଉପରେ ପଥର ମାଡ କରାଯାଇଥିଲା । ହାତରେ କିଛି ତୃଣମୂଳ କଂଗ୍ରେସର ପତକା ଧରିଥିବା କର୍ମୀ ନଡ୍ଡାଙ୍କ ଗାଡି ଉପରକୁ ପଥର ଫିଙ୍ଗିଥିବା ଦେଖାଯାଇଥିଲା । ତେବେ ଏହି ଘଟଣାରେ ବିଜେପିର ଅନେକ ନେତା ଆହତ ହୋଇଥିଲେ ।

ଏହି ଘଟଣାକୁ ଅତି ଗୁରୁତ୍ତର ସହ ନେଇଥିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । କେଉଁ ପରିସ୍ଥିତିରେ ଏପରି ଅଭାବନାୟ ଘଟଣା ଘଟିଲା ତାହା ଜଣାଇବାକୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଜବାବ ମାଗିଥିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।

ଢିଲା ସୁରକ୍ଷା ବ୍ୟବସ୍ଥା ପାଇଁ ମମତା ସରକରା ଓ ପଶ୍ଚିମବଙ୍ଗ ପୋଲିସକୁ ଦାୟୀ କରିଥିଲା ବିଜେପି । ଆଜି ଏ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗ ପୋଲିସ ବିଭାଗରେ କାର୍ଯ୍ୟରତ 3 ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 12, 2020, 5:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.