ETV Bharat / bharat

ବିହାର ନିର୍ବାଚନ ପ୍ରସ୍ତୁତି: ବିଜେପି ସାଂସଦଙ୍କ ସହ ନଡ୍ଡାଙ୍କ ଭର୍ଚୁଆଲ ବୈଠକ - JP Nadda chairs virtual meet

ବିହାରରେ ହେବ ବିଧାନସଭା ନିର୍ବାଚନ । ତେବେ ନିର୍ବାଚନ ପୂର୍ବରୁ ବିଜେପି ମୁଖ୍ୟ ଜେପି ନଡ୍ଡା ଶନିବାର ଏକ ଭର୍ଚୁଆଲ ବୈଠକରେ ଅଧ୍ୟକ୍ଷତା କରିଥିଲେ, ଏଥିରେ ରାଜ୍ୟରେ ସାଂସଦ ଥିବା ଦଳର ନେତାମାନେ ଉପସ୍ଥିତ ଥିଲେ।

ବିଜେପି ସାଂସଦଙ୍କ ସହ ନଡ୍ଡାଙ୍କ ଭର୍ଚୁଆଲ ବୈଠକ

author img

By

Published : Aug 30, 2020, 1:21 PM IST

ନୂଆଦିଲ୍ଲୀ: ବିହାରରେ ହେବ ବିଧାନସଭା ନିର୍ବାଚନ । ତେବେ ନିର୍ବାଚନ ପୂର୍ବରୁ ବିଜେପି ମୁଖ୍ୟ ଜେପି ନଡ୍ଡା ଶନିବାର ଏକ ଭର୍ଚୁଆଲ ବୈଠକରେ ଅଧ୍ୟକ୍ଷତା କରିଥିଲେ, ଏଥିରେ ରାଜ୍ୟରେ ସାଂସଦ ଥିବା ଦଳର ନେତାମାନେ ଉପସ୍ଥିତ ଥିଲେ। ବିହାର ବିଜେପି ସଭାପତି ସଞ୍ଜୟ ଜୈସୱାଲ କହିଛନ୍ତି ଯେ ପ୍ରତ୍ୟେକ ସାଂସଦ ସେପ୍ଟେମ୍ବରରେ ପ୍ରତିଦିନ ଦୁଇଟି ପଞ୍ଚାୟତ ପରିଦର୍ଶନ କରି ନିର୍ବାଚନ ପାଇଁ ପ୍ରସ୍ତୁତ ହେବେ। ଜୈସୱାଲ ଆହୁରି କହିଛନ୍ତି ଯେ ସମସ୍ତ ସାଂସଦ ମଧ୍ୟ ଜିଲ୍ଲା ଅଧିକାରୀଙ୍କୁ ପୃଥକ ଭାବେ ଭେଟିବେ।

ସେ କହିଛନ୍ତି ଯେ ପ୍ରତ୍ୟେକ ବ୍ଲକରେ ଭର୍ଚୁଆଲ୍ ବୈଠକ ହେବ ଓ ଏହି ସଭା ଗୁଡ଼ିକର ପରିଚାଳନା ପାଇଁ ପ୍ରତ୍ୟେକ ସାଂସଦଙ୍କର ଦାୟିତ୍ବ ରହିଛି। ଏହାପୂର୍ବରୁ ଅଗଷ୍ଟ 23 ରେ ନଡ୍ଡା ଭିଡିଓ କନଫରେନ୍ସିଂ ଜରିଆରେ ବିହାର ବିଜେପି ରାଜ୍ୟ କାର୍ଯ୍ୟ କମିଟିକୁ ସମ୍ବୋଧିତ କରି କହିଥିଲେ ଯେ, ବିଜେପି ଓ ଲୋକ ଜନତା ପାର୍ଟି (ଏଲଜେପି) ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ବରେ ନିର୍ବାଚନ ଲଢିବେ ଓ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଜିତିବେ।

ବିଜେପି, ଜେଡିୟୁ ଏବଂ ଏଲଜେପି ଏକାଠି ନିର୍ବାଚନ ଲଢିବେ ଓ ଜିତିବେ। ରାଜ୍ୟରେ କ୍ଷମତା ବଜାୟ ରଖିବାକୁ ଲକ୍ଷ୍ୟ ରଖିଥିବା ଦଳ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ନିର୍ବାଚନ କ୍ଷେତ୍ର ପରିଦର୍ଶନ କରିବାକୁ କହିଛନ୍ତି । ବିହାରରେ 243 ବିଧାନସଭା ନିର୍ବାଚନମଣ୍ଡଳୀ ଅଛି ଓ ରାଜ୍ୟରେ ନିର୍ବାଚନ ଅକ୍ଟୋବର କିମ୍ବା ନଭେମ୍ବରରେ ଅନୁଷ୍ଠିତ ହେବ କାରଣ ବର୍ତ୍ତମାନର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର 29 ରେ ଶେଷ ହେବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.