ETV Bharat / bharat

ମୁସଲିମଙ୍କ ବିରୋଧରେ ଅପ୍ରୀତିକର ମନ୍ତବ୍ୟ ଦେଇ ଫସିଲେ ବିଜେପି ବିଧାୟକ - ବିଜେପି ବିଧାୟକ

ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମୁସଲମାନମାନଙ୍କୁ ଟାର୍ଗେଟ କରୁଥିବା ସୁରେଶ ତିୱାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଅଧିକ ପଢନ୍ତୁ...

_bjp mla suresh tiwari
ମୁସଲମାନଙ୍କ ବିରୋଧରେ ଅପ୍ରିତିକର ମନ୍ତର୍ବ୍ୟ ଦେଇ ଫସିଲେ ବିଜେପି ବିଧାୟକ
author img

By

Published : Apr 29, 2020, 8:14 PM IST

ଲକ୍ଷ୍ନୌ: ସର୍ବଦା ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ବିଜେପି ବିଧାୟକ ସୁରେଶ ତିୱାରୀଙ୍କ ଉପରେ ଦଳ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏକ ବିଶେଷ ସୂଚନା ଅନୁଯାୟୀ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମୁସଲମାନମାନଙ୍କୁ ଟାର୍ଗେଟ କରୁଥିବା ସୁରେଶ ତିୱାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳର ଉତ୍ତରପ୍ରଦେଶ ୟୁନିଟକୁ କହିଛନ୍ତି।

ଏହାପୂର୍ବରୁ ୟୁପି ବିଜେପି ରାଜ୍ୟ ସଭାପତି ସ୍ବତନ୍ତ୍ର ଦେବସିଂଙ୍କ ଦ୍ବାରା ବିଧାୟକଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଦଳ ସୁରେଶ ତିୱାରୀଙ୍କ ବିବୃତ୍ତିକୁ ଅନୁଶାସନହୀନତା ବୋଲି ବିଚାର କରି ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ।

ଏହି ନୋଟିସରେ କୁହାଯାଇଛି, ଭାରତୀୟ ଜନତା ପାର୍ଟିର ଆଚରଣ ବିରୁଦ୍ଧରେ ଆପଣଙ୍କ ଦ୍ବାରା ସାର୍ବଜନୀନ ରୂପେ ବିବୃତ୍ତି ଦେଇଥିବା ନେଇ ଏକ ଅଭିଯୋଗ ହୋଇଛି । ଯାହା ଏକ ସମ୍ବାଦପତ୍ରରେ ପ୍ରକାଶିତ ହୋଇଛି ଏବଂ ଏହାରକୁ ଭାରତୀୟ ଜନତା ପାର୍ଟିର ଗମ୍ଭୀରତାର ସହ ନେଇଛି । ଏଥିସହ ଏହି ନୋଟିସରେ କୁହାଯାଇଚି ଯେ, ଏକ ସପ୍ତାହ ମଧ୍ୟରେ ନିଜର ସ୍ପଷ୍ଟୀକରଣ ରାଜ୍ୟ କାର୍ଯ୍ୟାଳୟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାର ବରହଜ ଆସନରୁ ବିଜେପି ବିଧାୟକ ସୁରେଶ ତିୱାରୀ କହିଥୁଲେ ଯେ, ‘ ଲୋକମାନେ ମୁସଲମାନମାନଙ୍କଠାରୁ ପନିପରିବା କିଣିବା ଉଚିତ୍ ନୁହେଁ। ସେ କହିଥିଲେ, ‘ଗୋଟିଏ କଥା ମନେରଖନ୍ତୁ। ମୁଁ କହୁଛି ଯେ ଆପଣମାନେ କୌଣସି ମିଆଁଙ୍କ ହାତରୁ ପରିବା କିଣନ୍ତୁ ନାହିଁ ।

ଏ ବାବଦରେ ସୁରେଶ ତିୱାରୀଙ୍କୁ ପଚରା ଯିବାରୁ ସେ ଫୋନରେ କହିଥିଲ୍, ଏପ୍ରିଲ 17 କିମ୍ବା 18 ରେ ମୁଁ ଜନସାଧାରଣଙ୍କୁ ମାସ୍କ ଏବଂ ସାନିଟାଇଜର ବାଣ୍ଟୁଥିଲି। ଯେତେବେଳେ ମୁଁ ନଗରପାଳିକା ସୀମାରେ ପହଞ୍ଚିଲି ସେତେବେଳେ ପ୍ରାୟ 17-18 ଜଣ ଲୋକ ମୋ ପାଖକୁ ଆସି ଅଭିଯୋଗ କରିଥିଲେ ଯେ, ଦେଖାଯାଉଛି ଯେ ତବଲୀଗି ଜମାତର ଲୋକମାନେ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି ଏବଂ କୋରୋନା ଭାଇରସକୁ ବିସ୍ତାର କରୁଛନ୍ତି । ଏଥିସହ ସେମାନେ ନିଜ ଛେପଦ୍ବାରା ପନିପରିବାକୁ ଦୂଷିତ କରୁଛନ୍ତି। ଏଣୁ ମୁଁ ଲୋକଙ୍କୁ କହିଥିଲି ଯେ ମୁସଲମାନଙ୍କ ସହ ଝଗଡା କରନ୍ତୁ ନାହିଁ । ଏଥିସହ ସେମାନଙ୍କ ଠାରୁ ପରିବା କିଣିବା ବନ୍ଦ କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.