ETV Bharat / bharat

ଉତ୍ତରପ୍ରଦେଶରେ ପୁଣି ଜଣେ ସାମ୍ବାଦିକଙ୍କୁ ହତ୍ୟା, 3 ଗିରଫ - ଅସୁରକ୍ଷିତ ସାମ୍ବାଦିକ

ୟୁପିରେ ସାମ୍ବାଦିକ ବିକ୍ରମ ଯୋଶୀଙ୍କ ହତ୍ୟା ଘଟଣା ମନରୁ ନଲିଭୁଣୁ ଆଉ ଏକ ଅଘଟଣ ପଦାକୁ ଆସିଛି। ଉତ୍ତରପ୍ରଦେଶ ବାଲିଆ ଜିଲ୍ଲାର ଫେଫନା ଗ୍ରାମରେ ଜଣେ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ସୋମବାର ସନ୍ଧ୍ୟାରେ ହୋଇଛି।

ଉତ୍ତରପ୍ରଦେଶରେ ପୁଣି ଜଣେ ସାମ୍ବାଦିକଙ୍କୁ ହତ୍ୟା, ତଦନ୍ତ ଜାରି

author img

By

Published : Aug 25, 2020, 6:49 AM IST

ଲକ୍ଷ୍ନୌ: ଅସୁରକ୍ଷିତ ସାମ୍ବାଦିକ। ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭକୁ ଉପରକୁ ବିଭିନ୍ନ ସମୟରେ ମରଣାନ୍ତକ ଆକ୍ରମଣ ଓ ହତ୍ୟା ଭଳି ସଙ୍ଗୀନ ଘଟଣା ଘଟୁଛି। ତେବେ ଗତ କିଛିଦିନ ଭିତରେ ବିଭିନ୍ନ ସ୍ଥାନରୁ ସାମ୍ବାଦିକ ହତ୍ୟାର ଚିତ୍ର ସାମ୍ନାକୁ ଆସୁଛି। ହେଲେ ୟୁପିରେ ସାମ୍ବାଦିକ ବିକ୍ରମ ଯୋଶୀଙ୍କ ହତ୍ୟା ଘଟଣା ମନରୁ ନଲିଭୁଣୁ ଆଉ ଏକ ଅଘଟଣ ପଦାକୁ ଆସିଛି।

ସୂଚନା ଥାଉକି, ଉତ୍ତରପ୍ରଦେଶ ବାଲିଆ ଜିଲ୍ଲାର ଫେଫନା ଗ୍ରାମରେ ଜଣେ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ସୋମବାର ସନ୍ଧ୍ୟାରେ ହୋଇଛି। ତେବେ ଏହି ଘଟଣାରେ ଏବେ ସୁଦ୍ଧା 3 ଜଣଙ୍କୁ ଗିରଫ କରାଯାଇଛି।

"ସାମ୍ବାଦିକ ରତନ ସିଂଙ୍କୁ ଗାଁ ମୁଖିଆଙ୍କ ବାସଭବନରେ ଗୁଳି କରି ହତ୍ୟା କରାଯାଇଥିଲା। ସେମାନଙ୍କୁ କୁହାଯାଉଛି ଯେ ସେମାନଙ୍କର କିଛି ପୁରୁଣା ବିବାଦ ଥିଲା। ଯାହାକୁ ନେଇ ଏବେ ତଦନ୍ତ ଚାଲିଛି। ସମସ୍ତ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ" ବୋଲି ବାଲିଆ ଏସପି ଦେବେନ୍ଦ୍ରନାଥ କହିଥିଲେ।

ରତନ ସିଂଙ୍କ ପିତା ବିନୋଦ ସିଂ ଅଭିଯୋଗ କରିଛନ୍ତି ଯେ ଗାଁ ମୁଖିଆ ଜବର ସିଂ ଏକ ଷଡଯନ୍ତ୍ର କରି ତାଙ୍କ ପୁଅକୁ ହତ୍ୟା କରିଛନ୍ତି।

"ସନ୍ଧ୍ୟା ପ୍ରାୟ 5.30 ବେଳେ ଆମେ ସୂଚନା ପାଇଥିଲୁ ଯେ ଗାଁ ମୁଖ୍ୟ ଜବର ସିଂଙ୍କ ଭାଇ ସୋନୁ ମୋ ପୁଅ ସହିତ ଝଗଡା କରିଥିଲେ। ମୋ ପୁଅ ସନ୍ଧ୍ୟାରେ ତାଙ୍କ ଘରକୁ ଯାଇଥିଲେ ଏବଂ ସେମାନେ ସେଠାରେ ତାଙ୍କୁ ହତ୍ୟା କରିଛନ୍ତି। 3 ବର୍ଷ ପୂର୍ବେ ସେମାନେ ମଧ୍ୟ ମୋର ବଡ଼ ପୁଅକୁ ହତ୍ୟା କରିଥିଲେ ବୋଲି ମୃତ ସାମ୍ବାଦିକଙ୍କ ପିତା ବିନୋଦ ସିଂ କହିଛନ୍ତି।"

ସୂଚନା ଅନୁସାରେ, ଗତ କିଛି ଦିନ ତଳେ ୟୁପି ଗାଜିଆବାଦରେ ବିକ୍ରମ ଯୋଶୀ ନାମକ ଜଣେ ସାମ୍ବାଦିକଙ୍କୁ କିଛି ବ୍ୟକ୍ତି ତାଙ୍କ ଝିଅ ଉପସ୍ଥିତିରେ ଗୁଳି କରି ହତ୍ୟା କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.