ETV Bharat / bharat

ମହିଳା ଫଟୋ ସାମ୍ବାଦିକଙ୍କ ନାଁରେ ଲାଗିଲା ଉପା - UAPA

ଜାମ୍ମୁ କାଶ୍ମୀର ପୋଲିସ ସୋସିଆଲ ମିଡିଆରେ ‘ଦେଶ ବିରୋଧୀ କାର୍ଯ୍ୟକଳାପ’ରେ ଜଡିତ ଥିବାରୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ଉପା)ରେ ଜଣେ ମହିଳା ଫଟୋ ସାମ୍ବାଦିକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି।

journalist masrat zahra
ମହିଳା ଫଟୋ ସାମ୍ବାଦିକଙ୍କ ନାଁରେ ମାମଲା ରୁଜୁ
author img

By

Published : Apr 21, 2020, 12:00 PM IST

ଶ୍ରୀନଗର: ‘ଦେଶ ବିରୋଧୀ କାର୍ଯ୍ୟକଳାପ’ରେ ଜଡିତ ଥିବା ଅଭିଯୋଗରେ ଜାମ୍ମୁ କାଶ୍ମୀର ପୋଲିସ ଜଣେ ମହିଳା ସାମ୍ବାଦିକଙ୍କ ବିରୁଦ୍ଧରେ ମମଲା ରୁଜୁ କରିଛି। ସୋସିଆଲ ମିଡିଆରେ ହିଂସା ପାଇଁ ଲୋକଙ୍କୁ ଉସୁକାଉଥିବା ଅଭିଯୋଗରେ ଉପା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କହିଛି।

ଶ୍ରୀନଗରର ବାସିନ୍ଦା 26 ବର୍ଷୀୟା ମସରାତ୍ ଜାହରା ସୋସିଆଲ ମିଡିଆରେ ଦେଶ ବିରୋଧୀ ପୋଷ୍ଟ କରି ଯୁବପିଢିଙ୍କୁ ଉସୁକାଇିବା ସହ ଶାନ୍ତି ଭଙ୍ଗ କରିଥିବା ଅଭିଯୋଗ ହୋଇଛି। ତେବେ ପୋଲିସ ଏଯାଏଁ ଜାହରା କରିଥିବା କୌଣସି ବେଆଇନ ପୋଷ୍ଟର ବିବରଣୀ ଦେଇନାହିଁ। ଜେନେଭାରେ ଅବସ୍ଥିତ ଦି ନ୍ୟୁ ହ୍ୟୁମାନିଟାରୀ (ଟିଏନ୍ଏଚ୍) ନ୍ୟୁଜ୍ ଏଜେନ୍ସିର 2019 ଆର୍ଟିକିଲରୁ ପୋଲିସ ତାଙ୍କୁ ଟ୍ବିଟ୍ କରିଥିବା ଏକ ପୋଷ୍ଟର ଉଲ୍ଲେଖ ରହିଛି।

ଜାହରା ଜଣେ ଫଟୋ ସାମ୍ବାଦିକ। ସେ ଇଟିଭି ଭାରତକୁ କହିଛନ୍ତି ଯେ, ତାଙ୍କ ସ୍ବରକୁ ଦବାଇ ଦେବାକୁ ଚେଷ୍ଟା କରାଯାଉଛି । ପୋଲିସ ମତେ ଚୁପ୍ କରିବାକୁ ଚାହୁଁଛନ୍ତି । ମୁଁ କାଶ୍ମୀରର କାହାଣୀକୁ ବିଶ୍ବକୁ ଦେଖାଉଛି । ସେ କହିଛନ୍ତି ଯେ, କାଶ୍ମୀରରେ ମହିଳା ଫଟୋ ସାମ୍ବାଦିକ ବହୁତ କମ୍ ଅଛନ୍ତି ।

ସରକାରଙ୍କୁ ଯେକୌଣସି ବ୍ୟକ୍ତିଙ୍କୁ ଆତଙ୍କବାଦୀ ବୋଲି ବିଚାର କରିବାକୁ ଉପା ଅନୁମତି ଦେଇଥାଏ । ଏହି ଆଇନ ଜାତୀୟ ତଦନ୍ତକାରୀ ସଂସ୍ଥା (NIA)କୁ ଏଭଳି ମାମଲାର ତଦନ୍ତ କରିବାକୁ କ୍ଷମତା ଦିଆଯାଇଛି। ଏହି ନିୟମ ଅନୁଯାୟୀ, ଅଭିଯୁକ୍ତଙ୍କୁ 7 ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କରାଯାଇପାରେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.