ETV Bharat / bharat

ନିପାତ ହେବେ ନକ୍ସଲ, ମିଳିତ ଅପରେସନ କରିବେ ଦୁଇ ରାଜ୍ୟ

author img

By

Published : Aug 31, 2020, 3:20 PM IST

ନକ୍ସଲ ବିରୋଧରେ ବର୍ତ୍ତମାନ ରାଜନନ୍ଦଗାଓଁ ପୋଲିସ ମିଳିତ ଅପରେସନ ଜାରି ରଖିଛି । ଛତିଶଗଡ ଓ ମଧ୍ୟପ୍ରଦେଶ ପୋଲିସର ବରିଷ୍ଠ ଅଧିକାରୀଙ୍କ ବୈଠକରେ ନକ୍ସଲ ବିରୋଧରେ ଉତ୍ତମ ସମନ୍ବୟ ରକ୍ଷା କରିବାକୁ ଆଲୋଚନା ହୋଇଛି ।

ନକ୍ସଲଙ୍କ ମୂଳପୋଛ ଯୋଜନା
ନକ୍ସଲଙ୍କ ମୂଳପୋଛ ଯୋଜନା

ରାୟପୁର: ନକ୍ସଲ ବିରୋଧରେ ଛତିଶଗଡ ରାଜନନ୍ଦଗାଓଁ ପୋଲିସ ମିଳିତ ଅପରେସନ ଜାରି ରଖିଛି । ଛତିଶଗଡ ଓ ମଧ୍ୟପ୍ରଦେଶର ପୋଲିସର ବରିଷ୍ଠ ଅଧିକାରୀଙ୍କ ବୈଠକରେ ନକ୍ସଲ ବିରୋଧରେ ଉତ୍ତମ ସମନ୍ବୟ ରକ୍ଷା କରିବାକୁ ଆଲୋଚନା ହୋଇଛି । ଏହି ବୈଠକରେ ମିଳିତ ଅପରେସନ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଜନନ୍ଦଗାଓଁ କାୱାର୍ଡା ଓ ବାଲାଘାଟ ପୋଲିସର ମିଳିତ ଅପରେସନରେ ନକ୍ସଲ ସମସ୍ୟା ଦୂର ହୋଇପାରିବ ବୋଲି ଆଲୋଚନା କରାଯାଇଛି ।

ଛତିଶଗଡ ମଧ୍ୟପ୍ରଦେଶ ସୀମାନ୍ତ ଅଞ୍ଚଳରେ ଅଧିକରୁ ଅଧିକ ମିଳିତ ଅପରେସନ୍ କରାଯିବା ଆବଶ୍ୟକ। 2 ଟି ରାଜ୍ୟର ପୋଲିସ ଅଧିକାରୀ ଏହି ପ୍ରସଙ୍ଗରେ ବୈଠକ କରି ବିସ୍ତୃତ ଆଲୋଚନା କରିଛନ୍ତି । ଏହା ଦ୍ବାରା ଆଗାମୀ ଦିନରେ ନକ୍ସଲ ଦମନରେ ପୋଲିସ ସର୍ବାଧିକ ସଫଳତା ପାଇପାରିବ ବୋଲି ଜଣେ ଅଧିକାରୀ କହିଛନ୍ତି ।

ନକ୍ସଲମାନେ ଗତ କିଛି ବର୍ଷ ମଧ୍ୟରେ ବାଲଘାଟର କାୱାର୍ଡା ସମେତ ରାଜାନନ୍ଦଗାଓଁ ଜିଲ୍ଲାର ସଂଲଗ୍ନ ଅଞ୍ଚଳ ଦେଇ ଏକ ନୂତନ ଏମଏମସି ଜୋନ୍ ନିର୍ମାଣ ପାଇଁ କାମ କରୁଛନ୍ତି। ନକ୍ସଲ ନିଜର ଶକ୍ତି ବିସ୍ତାର କରିବାକୁ ଚାହାଁନ୍ତି କିନ୍ତୁ ପୋଲିସ ନୂତନ ଏମଏମସି ଜୋନରେ ନକ୍ସଲମାନଙ୍କୁ ପରାସ୍ତ କରିବାକୁ ଯୋଜନା କରୁଛି। 2 ଟି ରାଜ୍ୟ ପୋଲିସର ବରିଷ୍ଠ ଅଧିକାରୀଙ୍କ ବୈଠକରେ ଏହା ଉପରେ ଯୋଜନା ସଠିକ୍ ଭାବେ କରାଯାଇଛି ।

ନୂତନ ଏମଏମସି ଜୋନରେ ପୋଲିସ ସଫଳତା ହାସଲ କରିଛି । ତତ୍କାଳୀନ ଏସପି କମଲ ଲୋଚନ କାଶ୍ୟପଙ୍କ ନେତୃତ୍ବରେ ମିଳିତ ଅପରେସନ ହେତୁ ପୋଲିସ ଏହି ଅଞ୍ଚଳରୁ ନକ୍ସଲ ଜାମୁନାଙ୍କୁ ହତ୍ୟା କରିଥିଲା। ଦୀର୍ଘ ସମୟ ଧରି ଏହି ଅଞ୍ଚଳରେ କାମ କରୁଥିବାବେଳେ ନକ୍ସଲାଇଟ୍ ଜାମୁନାଙ୍କ ଅବସ୍ଥିତି ଖୋଜି ପାଇଥିଲା ପୋଲିସ । ଏହି ଜୋନରେ ପୋଲିସର ଏହା ଥିଲା ପ୍ରଥମ ସଫଳତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.