ନୂଆଦିଲ୍ଲୀ: ଜେଏନୟୁରେ ହିଂସାକୁ ନେଇ ବେଶ୍ ଜୋର ଧରିଛି ରାଜନୈତିକ ପାଣିପାଗ । ଉଭୟ ବିରୋଧି ଓ ଶାସକ ଦଳ ଏହାକୁ ନେଇ ନିଜ ପ୍ରତିକ୍ରିୟା ଦେଉଛନ୍ତି । କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏହାକୁ ନେଇ କିଛି କହିବାକୁ ମନା କରିଥିବାବେଳେ ରାଜନୀତି ନକରାଯାଉ ବୋଲି ସେ କହିଛନ୍ତି । ମାମଲାର ଯାଞ୍ଚ କରାଯାଉଛି ତେଣୁ ଏହାକୁ ନେଇ ନା ବିରୋଧି ନା ଛାତ୍ର ରାଜନୀତି ନ କରନ୍ତୁ ବୋଲି ସେ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ଜେଏନୟୁ ହିଂସାକୁ ନେଇ ମତ ପ୍ରକାଶ କରିଛନ୍ତି । ବାମପନ୍ଥୀ ଛାତ୍ର ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟକୁ ବଦନାମ କରୁଛନ୍ତି ଓ ସେମାନଙ୍କୁ ବିଶ୍ବବିଦ୍ୟାଳୟ ମଧ୍ୟରେ ଗୁଣ୍ଡାଗର୍ଦ୍ଦି କରିବାକୁ ଦିଆଯିବନି ବୋଲି ସେ କହିଛନ୍ତି ।
ଅନ୍ୟଜଣେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ଜେଏନୟୁ ହିଂସାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ଏହାର ଯାଞ୍ଚର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । କଂଗ୍ରେସ, ଆମ ଆଦମୀ ପାର୍ଟି ଓ କମ୍ୟୁନିଷ୍ଟ ଏହାକୁ ନେଇ ହିଂସା ସୃଷ୍ଟି କରୁଛନ୍ତି ବୋଲି ସେ କହିଛନ୍ତି ।