ETV Bharat / bharat

ଜେଏନୟୁ ହିଂସା: ପରସ୍ପରକୁ ଦୋଷାରୋପ କରିବାରେ ବ୍ୟସ୍ତ ଏବିଭିପି-ବାମପନ୍ଥୀ

author img

By

Published : Jan 6, 2020, 8:25 AM IST

Updated : Jan 6, 2020, 3:00 PM IST

ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ପୁଣି ହିଂସା । ରବିବାର କିଛି ମୁଖାପିନ୍ଧା ବ୍ୟକ୍ତି କ୍ୟାମ୍ପସ ମଧ୍ୟରେ ପ୍ରବେଶ କରି ବାଡି ଓ ଲୁହା ରଡରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ପ୍ରାୟ 20 ଛାତ୍ରଛାତ୍ରୀ ଓ ଶିକ୍ଷକ ଆହତ ହୋଇଛନ୍ତି।

JNU violence
ଜେଏନୟୁ ହିଂସା

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ପୁଣି ହିଂସା। ରବିବାର କିଛି ମୁଖାପିନ୍ଧା ବ୍ୟକ୍ତି କ୍ୟାମ୍ପସ ମଧ୍ୟରେ ପ୍ରବେଶ କରି ବାଡି ଓ ଲୁହା ରଡରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ପ୍ରାୟ 20 ଛାତ୍ରଛାତ୍ରୀ ଓ ଶିକ୍ଷକ ଆହତ ହୋଇଛନ୍ତି।

JNU violence
ଜେଏନୟୁ ହିଂସା

ସ୍ଥିତି ଆସମ୍ଭାଳ ହେବାରୁ ବାଧ୍ୟ ହୋଇ ବିଶ୍ବବିଦ୍ୟାଳୟ ପ୍ରଶାସନ ଦିଲ୍ଲୀ ପୋଲିସର ସାହାଯ୍ୟ ଲୋଡିଛି। ବିଳମ୍ବିତ ରାତିରେ କ୍ୟାମ୍ପସ ମଧ୍ୟରେ ପୋଲିସ ଫ୍ଲାଗ୍ ମାର୍ଚ ମଧ୍ୟ କରିଛି। ହିଂସାକୁ ନେଇ ବାମପନ୍ଥୀ ଛାତ୍ର ସଙ୍ଗଠନ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପରସ୍ପରକୁ ଦୋଷାରୋପ କରିଛନ୍ତି।

JNU violence
ଜେଏନୟୁ ହିଂସା

ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ରୋକିବାକୁ ପ୍ରୟାସ:
ଜେଏନୟୁ ପ୍ରଶାସନ ବିଳମ୍ବିତ ରାତିରେ ସେମିଷ୍ଟର ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ବିରୋଧ କରୁଥିବା ଛାତ୍ରଛାତ୍ରୀ, ପରୀକ୍ଷା ଦେବାକୁ ଚାହୁଁଥିବା ଛାତ୍ରଙ୍କୁ ଅଟକାଇଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ମଧ୍ୟରେ କିଛି ମୁଖା ପିନ୍ଧା ଲୋକ ପ୍ରବେଶ କରି ଛାତ୍ରଙ୍କୁ ମାରିବା ଆରମ୍ଭ କରିଥିଲେ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ.ରମେଶ ନିଶାଙ୍କ ପୋଖରିୟାଲ ଏହି ଆକ୍ରମଣର ନିନ୍ଦା କରିଛନ୍ତି। ବିଶ୍ବବିଦ୍ୟାଳୟ ମଧ୍ୟରେ ଅରାଜକତା ସହନୀୟ ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ଜେଏନୟୁ କ୍ୟାମ୍ପସରେ ଦିଲ୍ଲୀ ପୋଲିସ:
ବିଶ୍ବବିଦ୍ୟାଳୟ ପ୍ରଶାସନର ଅନୁରୋଧ ପରେ ଦିଲ୍ଲୀ ପୋଲିସ ଜେଏନୟୁ କ୍ୟାମ୍ପସ ମଧ୍ୟରେ ପ୍ରବେଶ କରି ଫ୍ଲାଗ୍ ମାର୍ଚ କରିଥିଲା। ଏହି ମାମଲାରେ ଏଯାବତ୍ ପୋଲିସ କାହାକୁ ଗିରଫ କରିନାହିଁ। ଜେଏନୟୁର ମୁଖ୍ୟ ଦ୍ବାର ବନ୍ଦ କରାଯାଇଥିବା ବେଳେ ଅଧିକ ସଂଖ୍ୟାରେ ପୋଲିସ ମୁତୟନ ଅଛନ୍ତି। ପୋଲିସ ଫ୍ଲାଗ୍ ମାର୍ଚ୍ଚ କରୁଥିବା ବେଳେ କିଛି ମଧ୍ୟ ‘ଗୋ ବ୍ୟାକ୍ ପୋଲିସ’ ନାରା ଦେଇଥିଲେ ।

JNU violence
ଜେଏନୟୁ ହିଂସା

ବାମପନ୍ଥୀ-ଏବିଭିପି ମଧ୍ୟରେ ବାକ୍ ଯୁଦ୍ଧ:
ଜେଏନୟୁ ଛାତ୍ର ସଂଘର ଦାବି ଅନୁସାରେ, ଏବିଭିପି ସଦସ୍ୟ ମୁଖା ପିନ୍ଧି ହାତରେ ଲାଠି, ଲୁହା ରଡରେ ପ୍ରହାର କରିଛନ୍ତି । କାଳି ଫୋପାଡିବା ସହ ଛାତ୍ରଙ୍କୁ ମାରିଛନ୍ତି ମାତ୍ର ଏବିଭିପିର ଦାବି ଅନୁସାରେ, ବାମପନ୍ଥୀ ଛାତ୍ର ସଙ୍ଗଠନ ଏବିଭିପି ଛାତ୍ରଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ 25 ଆହତ ହେବା ସହ 11 ନିଖୋଜ ଅଛନ୍ତି। ଆହତଙ୍କ ମଧ୍ୟରେ ଜେଏନୟୁର ଏବିଭିପିର ସଚିବ ମଧ୍ୟ ସାମିଲ ଅଛନ୍ତି।

ପୋଲିସ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ:
ବିଶ୍ବବିଦ୍ୟାଳୟରେ ହୋଇଥିବା ଏହି ଆକ୍ରମଣ ବିରୋଧରେ ଦିଲ୍ଲୀ ପୋଲିସ ମୁଖ୍ୟାଳୟ ବାହାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ପରେ କିଛି ଛାତ୍ର ଦିଲ୍ଲୀ ପୋଲିସ ପିଆରଓ, ଏମଏସ ରନ୍ଧୱାଙ୍କୁ ସାକ୍ଷାତ କରିଥିଲେ । ଏହାପରେ ଏମ୍ସ ଯାଇ ଆହତ ଛାତ୍ରଙ୍କୁ ଭେଟି ଥିଲେ ।

ଜେଏନୟୁ ହିଂସା

ଯୋଗେନ୍ଦ୍ର ଯାଦବଙ୍କ ସହ ମାରପିଟ୍:
ଜେଏନୟୁ ହିଂସା ପରେ କ୍ୟାମ୍ପସ ପହଞ୍ଚିଥିବା ସ୍ବରାଜ ଅଭିଯାନର ପ୍ରମୁଖ ଯୋଗେନ୍ଦ୍ର ଯାଦବଙ୍କୁ ମଧ୍ୟ ମାରପିଟ କରିଥିଲେ । ତାଙ୍କର ଆଖି ଓ ଶରୀରର ବିଭିନ୍ନ ଭାଗରେ ଆଘାତ ଲାଗିଥିବା ଜଣାଇଛନ୍ତି।

ୟେଚୁରୀ ଓ ବୃନ୍ଦା କରାତ୍ ମଧ୍ୟ ଏମ୍ସ ପହଞ୍ଚିଥିଲେ:
ସିପିଏମ ମହାସଚିବ ସୀତାରାମ ୟେଚୁରୀ ଓ ବୃନ୍ଦା କରାତ ଏମ୍ସରେ ପହଞ୍ଚି ଆହତ ଛାତ୍ରଙ୍କୁ ସାକ୍ଷାତ କରିଥିଲେ । ସୀତାରାମ କହିଥିଲେ କି, ଏବିଭିପିର ଗୁଣ୍ଡା ଛାତ୍ରଙ୍କୁ ଆହତ କରିଛନ୍ତି, ସେମାନଙ୍କୁ ସୁସ୍ଥ କରିବା ଆମ ପ୍ରାଥମିକ କର୍ତ୍ତବ୍ୟ।

Intro:Body:

BLANK FOR LINK 

Conclusion:
Last Updated : Jan 6, 2020, 3:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.