ETV Bharat / bharat

ଜେଏନୟୁ ହିଂସା: ଆଇଶି ଘୋଷଙ୍କ ସମେତ 9 ଜଣ ସନ୍ଦିଗ୍ଧଙ୍କ ଫଟୋ ଜାରି - ଜେଏନୟୁ ହିଂସା

ଜେଏନୟୁରେ ଗତ ଜାନୁଆରୀ 5ତାରିଖରେ ହୋଇଥିବା ହିଂସାକାଣ୍ଡ ମାମଲାରେ ଜେଏନୟୁ ଛାତ୍ରସଂଘ ଅଧ୍ୟକ୍ଷ ଆଇଶି ଘୋଷଙ୍କ ସମେତ 9 ଜଣଙ୍କ ନାମ ଏବଂ ଫଟୋ ଜାରି କରିଛି ଦିଲ୍ଲୀ ପୋଲିସ।

jnu-violence-accused-photographs
ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jan 10, 2020, 6:10 PM IST

ନୂଆଦିଲ୍ଲୀ: ଜେଏନୟୁରେ ଗତ ଜାନୁଆରୀ 5ତାରିଖରେ ହୋଇଥିବା ହିଂସାକାଣ୍ଡ ମାମଲାରେ ସାମିଲ ଥିବା କିଛି ମୁଖାପିନ୍ଧା ସନ୍ଦିଗ୍ଧଙ୍କ ନାମ ଏବଂ ଫଟୋ ଜାରି କରିଛି ଦିଲ୍ଲୀ ପୋଲିସ । ଯେଉଁଥିରେ ହିଂସାକାଣ୍ଡର ଶିକାର ହୋଇଥିବା ଜେଏନୟୁ ଛାତ୍ରସଂଘ ଅଧ୍ୟକ୍ଷ ଆଇଶି ଘୋଷଙ୍କ ସମେତ 9 ଜଣଙ୍କ ନାମ ରହିଛି। ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି କୁହାଯାଇଛି।

ଏହି ମାମଲାରେ 9 ଜଣଙ୍କ ନାମ ସାମ୍ନାକୁ ଆସିଛି ସେମାନଙ୍କ ମଧ୍ୟରେ ଆଇଶି ଘୋଷ, ଚୁନଚୁନ କୁମାର, ପଙ୍କଜ ମିଶ୍ର, ଯୋଗେନ୍ଦ୍ର ଭରଦ୍ବାଜ, ପ୍ରିୟା ରଞ୍ଜନ, ବିକାଶ ପଟେଲ ଏବଂ ଡୋଲନ ରହିଛନ୍ତି । ସେମାନଙ୍କ ମଧ୍ୟରୁ 4 ଜଣ ଛାତ୍ର ବାମପନ୍ଥୀ ଛାତ୍ର ସଙ୍ଗଠନର ହୋଇଥିବା ବେଳେ 2 ଜଣ ଏବିଭିପିର ବୋଲି ଜଣାପଡିଛି। ଏ ମାମଲାରେ କାହାକୁ ଗିରଫ କରାଯାଇନାହିଁ, ହେଲେ ଖୁବ୍‌ ଶୀଘ୍ର ପଚାରାଉଚରା ଆରମ୍ଭ ହେବ ବୋଲି ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଡିସିପି ଜୟ ତିର୍କୀ କହିଛନ୍ତି।

ସେପଟେ ଫଟୋ ଜାରି ହେବାପରେ ଜେଏନୟୁ ଛାତ୍ରସଂଘ ଅଧ୍ୟକ୍ଷ ଆଇଶି ଘୋଷ ଆଇନ ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରି ତଦନ୍ତ ନିରପେକ୍ଷ ଭାବରେ ହେବ, ମୋତେ ନ୍ୟାୟ ନିଶ୍ଚିତ ମିଳିବ ବୋଲି ସେ କହିଛନ୍ତି। ଏହା ସହିତ ଦିଲ୍ଲୀ ପୋଲିସ ପକ୍ଷପାତ କରୁଥିବା ଅଭିଯୋଗ କରି ସେ କହିଛନ୍ତି ଯେ, ମୋ ଅଭିଯୋଗକୁ ଏଫଆଇଆର ଭାବେ ରୁଜୁ ହୋଇନାହିଁ। ମୁଁ ମାରପିଟ କରିନାହିଁ। ମୁଁ କିଛି ଭୁଲ କରିନାହିଁ। ଆମେ ଦିଲ୍ଲୀ ପୋଲିସକୁ ଡରୁନାହୁଁ । ଆମେ ଆଇନ ସହ ଠିଆ ହୋଇଛୁ। ଆମେ ଶାନ୍ତି ଓ ଗଣତାନ୍ତ୍ରିକ ରୂପରେ ଆନ୍ଦୋଳନ କରୁଛୁ ଏବଂ କରୁଥିବୁ ବୋଲି ସେ କହିଛନ୍ତି।

ରବିବାର ରାତିରେ କେତେକ ମୁଖାପିନ୍ଧା ଦୁର୍ବୃତ୍ତ ଲାଠି ଓ ଲୁହାଛଡ଼ ସହ ଜେଏନୟୁରେ ପ୍ରବେଶ କରି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣା ପାଇଁ ବାମପନ୍ଥୀ ଛାତ୍ର ସଙ୍ଗଠନ ଏସଏଫଆଇ ଓ ଏବିଭିପି ପରସ୍ପରକୁ ଦୋଷ ଦେଉଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.