ETV Bharat / bharat

ଉଗ୍ର ହେଉଛି ଜେଏନୟୁ ଛାତ୍ର ଆନ୍ଦୋଳନ

author img

By

Published : Nov 11, 2019, 5:46 PM IST

ଦିଲ୍ଲୀସ୍ଥିତ ଜବାହରଲାଲ୍‌ ନେହେରୁ ୟୁନିଭର୍ସିଟି ବାହାରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ତୀବ୍ର ରୂପ ନେଇଛି। ବିକ୍ଷୋଭ ଚାଲିଥିବା ସମୟରେ ଛାତ୍ର ଏବଂ ପୁଲିସ ମୁହାଁମୁହିଁ ହୋଇଛନ୍ତି।

ଫାଇଲ ଫଟୋ

ନୂଆଦିଲ୍ଲୀ: ଫି ବୃଦ୍ଧି ସମେତ ବିଭିନ୍ନ ସମସ୍ୟାକୁ ନେଇ ଜବାହରଲାଲ୍‌ ନେହେରୁ ୟୁନିଭର୍ସିଟି ବାହାରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ତୀବ୍ର ରୂପ ନେଉଛି। ପ୍ରତିବାଦକାରୀଙ୍କ ଉଗ୍ର କାର୍ଯ୍ୟକଳାପ ଆଶଙ୍କାରେ ପୁଲିସ ସେଠାରେ ବେରିକେଡ୍‌ ବସାଇଥିବାରୁ କେତେକ ଛାତ୍ର ଏହାର ବିରୋଧ କରିଥିଲେ। ଏହାପରେ ମୁହାଁମୁହିଁ ହୋଇଥିଲେ ଉଭୟ ଛାତ୍ର ଏବଂ ପୁଲିସ।

ବିକ୍ଷୋଭକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ବିକ୍ଷୋଭକାରୀଙ୍କ ଉପରେ ପାଣିମାଡ କରିଥିଲେ। ହେଲେ ପ୍ରଦର୍ଶନ ବନ୍ଦ ହେବା ପରିବର୍ତ୍ତେ ଆହୁରି ଅଧିକ ତୀବ୍ର ହୋଇଛି। ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ ଲାଠି ଚାର୍ଜ ମଧ୍ୟ କରିଥିବା ଜଣାପଡିଛି।

ସେପଟେ ଉଗ୍ର ଛାତ୍ରଙ୍କ ଗହଣରେ ଫସିଯାଇଥିବା କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ ଡ. ରମେଶ ନିଶାଙ୍କ ପୋଖରିୟାଲ ଏବଂ ଜେଏନୟୁ କୂଳପତି ପ୍ରଫେସର ଏମ ଜଗଦିଶ କୁମାରଙ୍କୁ କଡା ସୁରକ୍ଷା ମଧ୍ୟରେ ଉଦ୍ଧାର କରିଛି ପୋଲିସ । ଆନ୍ଦୋଳନକୁ ରୋକିବା ପାଇଁ ଜେଏନୟୁ କ୍ୟାମ୍ପସରେ ସିଆରପିଏଫ ଯବାନ ଏବଂ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଭିଡିଓ ସୌଜନ୍ୟ: ଏଏନଆଇ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.