ETV Bharat / bharat

ଆରଟି-ପିସିଆର୍ କିଟ୍ ପ୍ରସ୍ତୁତ କଲା ଜେଏନୟୁ, 50 ମିନିଟରେ ଆସିବ କୋରୋନା ରିପୋର୍ଟ - ଜବାହାରଲାଲ୍ ନେହେରୁ ବିଶ୍ବବିଦ୍ୟାଳୟ

ଜବାହାରଲାଲ୍ ନେହେରୁ ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ଆରଟି-ପିସିଆର କିଟ୍ ନିର୍ମାଣ କରିଛନ୍ତି । ଏହି କିଟର ସ୍ବତନ୍ତ୍ରତା ହେଉଛି କି ଏହା ମାତ୍ର 50 ମିନିଟରେ କୋରୋନା ସମ୍ପର୍କିତ ସଠିକ୍ ରିପୋର୍ଟ ଦେଇପାରିବ ।

JNU
ଆରଟି-ପିସିଆର୍ କିଟ୍ ପ୍ରସ୍ତୁତ କଲା ଜେଏନୟୁ
author img

By

Published : May 12, 2020, 12:42 PM IST

ନୂଆଦିଲ୍ଲୀ: ଦେଶ ବର୍ତ୍ତମାନ କୋରୋନା ଭାଇରସ ସହ ଲଢୁଛି । ଏହି ଭାଇରସକୁ ନେଇ ଏପର୍ଯ୍ୟନ୍ତ କୈଣସି ଚିକିତ୍ସା ସାମ୍ନାକୁ ଆସିନି । ଏ ସମୟରେ ପରୀକ୍ଷା ହିଁ କେବଳ ସଂକ୍ରମଣକୁ ରୋକିପାରିବ । ଏହାକୁ ଦୃଷ୍ଟିରେ ରଖି ଜବାହାରଲାଲ୍ ନେହେରୁ ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ଆରଟି-ପିସିଆର କିଟ୍ ନିର୍ମାଣ କରିଛନ୍ତି । ଏହି କିଟର ସ୍ବତନ୍ତ୍ରତା ହେଉଛି କି ଏହା ମାତ୍ର 50 ମିନିଟରେ କୋରୋନା ସମ୍ପର୍କିତ ସଠିକ୍ ରିପୋର୍ଟ ଦେଇପାରିବ ।

ଜେଏନୟୁ ବୈଜ୍ଞାନିକମାନେ କୋରୋନା ଭାଇରସ ଯାଞ୍ଚ କରିବା ପାଇଁ ଏକ ଚିପ୍-ଆଧାରିତ ଆରଟି-ପିସିଆର କିଟ୍ ନିର୍ମାଣ କରିଛନ୍ତି । ଜେଏନୟୁ କୁଳପତି ପ୍ରଫେସର ଡ଼ଃ ଏମ ଜଗଦୀଶ କୁମାର କହିଛନ୍ତି ଯେ ବାୟୋଟେକ୍ନୋଲୋଜି ବିଭାଗର ପ୍ରଫେସର ଜୟଦୀପ ଭଟ୍ଟାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏହି ଅନୁସନ୍ଧାନ କାର୍ଯ୍ୟ କରାଯାଇଛି । ଫଳରେ ଏକ ଚିପ ଆଧାରିତ ପୋର୍ଟେବଲ୍ କିଟ୍ ତିଆରି କରାଯାଇଛି ଯାହାକି ଖୁବ୍ କମ୍ ସମୟ ମଧ୍ୟରେ କୋଭିଡ୍-19 ର ସଠିକ୍ ଫଳାଫଳ ଦେଇପାରିବ।

ପ୍ରଫେସର ଡ଼ଃ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ବର୍ତ୍ତମାନ କେବଳ ଗୋଟିଏ ଉପାୟ ଅଛି ତାହା ହେଲା ଟେଷ୍ଟିଂ କିନ୍ତୁ ମହଙ୍ଗା ଟେଷ୍ଟିଂ ଏବଂ ସୀମିତ କିଟ୍ ହେତୁ ବଡ ଆକାରର ପରୀକ୍ଷା ବହୁତ କଷ୍ଟସାଧ୍ୟ ହୋଇପଡୁଛି। ଉପରୁ ପରୀକ୍ଷଣର ଫଳାଫଳ ମଧ୍ୟ ବିଳମ୍ବରେ ଆସୁଛି । ଏହି ସମସ୍ୟାଗୁଡିକୁ ଦେଖି ସେ ଏହି କିଟ୍ ଡିଜାଇନ୍ କରିଥିଲେ ।

ସେ କହିଛନ୍ତି ଯେ ଏହି କିଟ୍ ଛୋଟ ଟିଫିନ୍ ପରି ଯାହା ଯେକୌଣସି ସ୍ଥାନକୁ ନିଆଯାଇପାରିବ । ସାଧାରଣ କିଟ୍ 15 ଲକ୍ଷ ଟଙ୍କାର ହୋଇଥିବା ବେଳେ ଏହି କିଟ୍ କେବଳ 1 ଲକ୍ଷ ଟଙ୍କାର । ତେବେ ଏହି କିଟ୍ ଲାବ୍ରୋଟାରୀରେ ପରୀକ୍ଷା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.