ନୂଆଦିଲ୍ଲୀ: ଭଆରତୀୟ ଜନତା ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ପୂନମ ମହାଜନ ଜେଏନୟୁ ବିଶ୍ୱବିଦ୍ଯାଳୟ ପରିସରରୁ ବିଜେପିର ସଦସ୍ୟତା ଅଭିଯାନର ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଭାରତର ଅଖଣ୍ଡତା ସୁରକ୍ଷିତ ରହିଥିବା ପୂନମ କହିଛନ୍ତି।
ପୂନମ ଜେଏନୟୁକୁ ଦେଶର ଗଙ୍ଗା କହିଛନ୍ତି । ଏଥିସହ ପୂନମ କହିଛନ୍ତି ଯେ ସମସ୍ତଙ୍କ ବିକାଶ ଓ ସମସ୍ତଙ୍କ ବିଶ୍ବାସ ବିଜେପିର ପରମ୍ପରା ରହି ଆସିଥିବା ବେଳେ ସମସ୍ତେ ମିଶି ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ମଜବୁତ କରିବାର ଆବଶ୍ୟକତା ରହିଛି । ବିଜେପି ସମ୍ପୂର୍ଣ୍ଣ ଭାବେ ଗଣତାନ୍ତ୍ରୀକ ପ୍ରଣାଳୀରେ ବିଶ୍ବାସ କରିବା ସହ ସବୁ ଲୋକଙ୍କୁ ସାଥିରେ ନେଇ ବଢିବା ପାଇଁ ସଦସ୍ୟତା ଅଭିଯାନ ହେଉଥିବା ସେ ଜଣାଇଛନ୍ତି।