ETV Bharat / bharat

କୋରୋନାକୁ ହରାଇ ସୁସ୍ଥ ହେଲେ ଶିବୁ ସୋରେନ

। କୋରୋନାକୁ ହରାଇ ସୁସ୍ଥ ହୋଇଛନ୍ତି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସୁପ୍ରିମୋ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ । ରବିବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଅଧିକ ପଢନ୍ତୁ...

କୋରୋନାକୁ ହରାଇ ସୁସ୍ଥ ହେଲେ ଶିବୁ ସୋରେନ
କୋରୋନାକୁ ହରାଇ ସୁସ୍ଥ ହେଲେ ଶିବୁ ସୋରେନ
author img

By

Published : Sep 6, 2020, 6:13 PM IST

ରାଞ୍ଚି: ଝାଡଖଣ୍ଡରେ କୋରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ସାମ୍ନାକୁ ଆସିଛି ଏକ ଖୁସି ଖବର । କୋରୋନାକୁ ହରାଇ ସୁସ୍ଥ ହୋଇଛନ୍ତି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସୁପ୍ରିମୋ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ । ଗତି କିଛି ଦିନରୁ ସୋରେନ କୋରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।

ଅଗଷ୍ଟ 25ରେ ଫୁସଫୁସ ଜନିତ ସଂକ୍ରମଣ ହେତୁ ସୋରେନଙ୍କୁ ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ସେବେ ଠୁ ତାଙ୍କର ଗୁରୁଗ୍ରାମ ସ୍ଥିତ ମେନ୍ଦାତା ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । ରବିବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏବେ ସୋରେନ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି ।

ପୂର୍ବରୁ ଶିବୁ ସୋରେନ ଓ ତାଙ୍କ ସ୍ତ୍ରୀ ଉଭୟ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏହା ପରେ ଶିବୁଙ୍କୁ ହୋମ ଆଇସୋଲେସନରେ ରଖାଯାଇଥିଲା । ହେଲେ ବୟସାଧିକ ହେତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.