ETV Bharat / bharat

ଅପରେସନ ଅଲଆଉଟ: ଶ୍ରୀନଗରରେ 3 ଆତଙ୍କୀ ନିପାତ

author img

By

Published : Jun 21, 2020, 11:08 AM IST

Updated : Jun 21, 2020, 1:18 PM IST

CRPF ଭ୍ୟାଲି QAT (କୁଇକ୍ ଆକ୍ସନ୍ ଟିମ୍), 115 ବିଏନ, 28ବିଏ ସିଆରପିଏଫ ଓ ଜାମ୍ମୁ-କାଶ୍ମୀର ପୋଲିସର ମିଳିତ ସେନାର କର୍ଡନ ଏବଂ ସର୍ଚ୍ଚ ଅପରେସନ ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଅଧିକ ପଢନ୍ତୁ...

ଶ୍ରୀନଗରରେ ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି

ଶ୍ରୀନଗର: ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ଅଲ ଆଉଟରେ ଭାରତୀୟ ସେନାକୁ ପୁଣି ସଫଳତା । ଶ୍ରୀନଗର ଜାଦିବଲ ଅଞ୍ଚଳରେ ନିପାତ ହେଲେ 3 ଆତଙ୍କବାଦୀ । CRPF ଭ୍ୟାଲି QAT (କୁଇକ୍ ଆକ୍ସନ୍ ଟିମ୍), 115 ବିଏନ, 28ବିଏ ସିଆରପିଏଫ ଓ ଜାମ୍ମୁ-କାଶ୍ମୀର ପୋଲିସର ମିଳିତ ସେନା ପକ୍ଷରୁ ଏହି ଅଞ୍ଚଳରୁ ସର୍ଚ୍ଚ ଅପରେସନ ସହ କର୍ଡନ କରାଯାଇଛି । ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ସର୍ଚ୍ଚ ଅପରସେନ କରାଯାଇଥିଲା । ଏହା ପରେ ଉଭୟ ପକ୍ଷରୁ ଗୁଳିବିନିମୟ ଆରମ୍ଭ କରାଯାଇଥିଲା ।

ପୋଲିସ କହିଛି ଯେ ଲୁଚି ରହିଥିବା ଆତଙ୍କବାଦୀ ଉପରେ ସୁରକ୍ଷା ବାହିନୀ ଗୁଳିବିନିମୟ ବନ୍ଦ କରିବା ପରେ ସେପଟେ ଗୁଳି ମାଡ କରାଯାଇଛି । ବର୍ତ୍ତମାନ ଶ୍ରୀନଗରରେ ମୋବାଇଲ୍ ଇଣ୍ଟରନେଟ୍ ସେବାଗୁଡିକ ବନ୍ଦ ରଖାଯାଇଛି । ସେପଟେ ଆଜି(ରବିବାର) ସକାଳ ସୋପିଆନ ଏନକାଉଣ୍ଟରରେ ଘଟି ଜଣେ ଆତଙ୍କବାଦୀ ନିପାତ ହୋଇଛି । ବହୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ଶନିବାର ମଧ୍ୟ କୁଲଗାମ ଜିଲ୍ଲାରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 21, 2020, 1:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.