ଶ୍ରୀନଗର: ଜମ୍ମୁକାଶ୍ମୀର ପୋଲିସ ବିନା ତଥ୍ୟରେ ଆତଙ୍କବାଦୀଙ୍କ ପରିବାରକୁ ଟାର୍ଗେଟ କରେ ନାହିଁ । ଏନେଇ ରବିବାର ବିଜୟ କୁମାର କାଶ୍ମୀର ଇନ୍ସପେକ୍ଟର ଅଫ ପୋଲିସ ଜେନେରାଲ (ଆଇଜିପି) ସ୍ପଷ୍ଟ କରିଛନ୍ତି ।
ଜମ୍ମୁ କାଶ୍ମୀର ପୋଲିସ କହିବା ଅନୁଯାୟୀ 2018ରେ ତୌସିଫ ନାମକ ଆତଙ୍କବାଦୀଙ୍କ ମା ନାସିମ ବାନୋ ଓ ଆତଙ୍କବାଦୀ ଆବ୍ବାସ ଶେଖଙ୍କ ଭଉଣୀକୁ ପୋଲିସ ଜୁନ 20, 2018ରେ ମାମଲା ରୁଜୁ କରି ବେଆଇନ କାର୍ଯ୍ୟକଳାପରେ ଜଡିତ ମାମଲାରେ ଧାରା ଲାଗୁ କରାଯାଇ ଗିରଫ କର।ଯାଇଥିଲା । ସେମାନଙ୍କୁ ଆଇନ ଓ ତଥ୍ୟ ଆଧାରରେ ଗିରଫ କରାଯାଇଛି । ଏହାପରେ ସେମାନଙ୍କ ଅନନ୍ତନାଗର ମହିଳା ଥାନାରେ ରଖାଯାଇଥିବା ପୋଲିସ ସ୍ପଷ୍ଟ କରିଛି ।
ଗିରଫ ମହିଳା ଗୁରୁତର ଅପରାଧିକ ମାମଲାରେ ଜଡିତ ରହିଛନ୍ତି | ଗିରଫ ମହିଳାଙ୍କ ଫଟୋ ଯେଉଁଥିରେ ଏକ ସ୍ବୟଂଚାଳିତ ଅସ୍ତ୍ର ଧରିଛନ୍ତି ଏବଂ ସେହି ସମୟରେ ତାଙ୍କ ଆତଙ୍କବାଦୀ ପୁଅ ପାଖରେ ରହିଛନ୍ତି । ଆତଙ୍କବାଦୀ ସଂଗଠନ ପାଇଁ ଅସ୍ତ୍ରଶସ୍ତ୍ର ଗୁଳି, ଯୋଗାଯୋଗ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରିବାରେ ତାଙ୍କର ଭୂମିକା ସାମ୍ନାକୁ ଆସିଛି ।
@ANI