ଶ୍ରୀନଗର: ଜରୁରୀକାଳିନ ଅବତରଣ ପାଇଁ ଦକ୍ଷିଣ କାଶ୍ମୀରରେ ନିର୍ମାଣ ହେଉଛି ରନୱେ । ବିଜବେହାରା ଦେଇ ଯାଇଥିବା 44ନଂ ଜାତୀୟ ରାଜପଥରେ 3 କିମି ବିଶିଷ୍ଟ ଏକ ରନୱେ ନିର୍ମାଣ କାମ ଆରମ୍ଭ କରିଛି ଭାରତୀୟ ବାୟୁ ସେନା ।
ଦୁଇ ଦିନ ପୂର୍ବରୁ ଏହି ରନୱେରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ତିନି କିଲୋମିଟର ବିଶିଷ୍ଟ ଏହି ରେନୱରେ ଯୁଦ୍ଧ ବିମାନକୁ ଜରୁରୀ ଅବତରଣରେ ସାହାଯ୍ୟ କରିବ ।
ରନୱେ ନିର୍ମାଣ କରିବାକୁ ଟ୍ରକ ଓ କର୍ମଚାରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପାସ ଦିଆଯାଇଛି । ଗତ କିଛି ଦିନ ଧରି ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ ଓ ଚୀନ ସୀମା ବିବାଦ ଲାଗି ରହିଛି । ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଛି । ଏହାକୁ ଦୃଷ୍ଟିରେ ବାୟୁ ସେନା ପକ୍ଷରୁ ରନୱେ ନିର୍ମାଣ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ