ETV Bharat / bharat

ଶ୍ରୀନଗର ଯୁବକଙ୍କ ପ୍ରୟାସ: ଜମ୍ମୁ କାଶ୍ମୀରରେ ଓଲା-ଉବେରର ବିକଳ୍ପ ‘JK CABS’

author img

By

Published : Aug 20, 2020, 6:44 PM IST

ଜାମ୍ମୁ କାଶ୍ମୀରର ପ୍ରଥମ ଟ୍ୟାକ୍ସି ସେବା ଆରମ୍ଭ ହେବ । ଓଲା, ଉବେର ଭଳି ଜାମ୍ମୁ କାଶ୍ମୀରରେ ମଧ୍ୟ ସ୍ବତନ୍ତ୍ର JK CABS ଶୁକ୍ରବାର ଅପରାହ୍ନରେ ଶ୍ରୀନଗରରେ ଆରମ୍ଭ ହେବାକୁ ଯାଉଛି । ଶ୍ରୀନଗରର କିଛି ଯୁବକ ଏହି ଷ୍ଟାର୍ଟ ଅପ୍ ବ୍ୟବସାୟ ଆରମ୍ଭ କରିଛନ୍ତି ।

Srinagar youth starts Uber, Ola type taxi service in J&K
ଜାମ୍ମୁକାଶ୍ମୀରରେ ଓଲା-ଉବେରର ବିକଳ୍ପ ‘JK CABS’

ଶ୍ରୀନଗର: ଜମ୍ମୁ କାଶ୍ମୀରର ପ୍ରଥମ ଟ୍ୟାକ୍ସି ସେବା ଆରମ୍ଭ ହେବ । ଓଲା, ଉବେର ଭଳି ଜମ୍ମୁ କାଶ୍ମୀରରେ ମଧ୍ୟ ସ୍ବତନ୍ତ୍ର JK CABS ଶୁକ୍ରବାର ଅପରାହ୍ନରେ ଶ୍ରୀନଗରରେ ଆରମ୍ଭ ହେବାକୁ ଯାଉଛି । ଶ୍ରୀନଗରର କିଛି ଯୁବକ ଏହି ଷ୍ଟାର୍ଟ ଅପ୍ ବ୍ୟବସାୟ ଆରମ୍ଭ କରିଛନ୍ତି । ଏମାନଙ୍କ ମଧ୍ୟରେ କିଛି ପ୍ରଶାସନ, ଲଜିଷ୍ଟିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟାରେ ଯୋଗ୍ୟ ଥିବା ଯୁବକ ଅଛନ୍ତି । ଜାମ୍ମୁ କାଶ୍ମୀରରେ ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ନିଯୁକ୍ତି ଓ ସହାୟତା ଯୋଗାଇବାକୁ ଏମାନେ ଲକ୍ଷ୍ୟ ରଖିଛନ୍ତି ।

JK CABS ର ମାଲିକ ଫାଜିଲ ଶୋକ୍ବାତ ଇଟିଭି ଭାରତଙ୍କୁ କହିଛନ୍ତି ଯେ ସହାୟତା, ନିର୍ଭରଯୋଗ୍ୟ, ନିରାପଦ, ସୁଲଭ ତଥା ଦକ୍ଷ ପରିବହନ ସେବା ଯୋଗାଇବା ସହ ଯୁବକମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ପାଇଁ ଆମେ 300 କ୍ୟାବ ମାଲିକ / ଡ୍ରାଇଭରଙ୍କ ସହ ହାତ ମିଳାଇଛୁ । ସେ ଶ୍ରୀନଗରର ସନତନଗରର ବାସିନ୍ଦା ଓ ବ୍ୟବସାୟ କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ରହିଛି ।

ଫାଜିଲ କହିଛନ୍ତି, ‘ମୁଁ ଗତ 2 ବର୍ଷ ଧରି ଏହି ପ୍ରକଳ୍ପରେ କାମ କରୁଥିଲି କିନ୍ତୁ କିଛି ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ମୁଁ ସେବା ଆରମ୍ଭ କରିପାରି ନଥିଲି । ଶେଷରେ ଶୁକ୍ରବାର ଏହି ସେବା ଆରମ୍ଭ ହେବାକୁ ଯାଉଛି ’ । ଫାଜିଲଙ୍କ ପାଇଁ ଏହି ସେବା ଜାମ୍ମୁ କାଶ୍ମୀରର ସ୍ବତନ୍ତ୍ର ମାନ୍ୟତା ରଦ୍ଦ ହେବା ପରେ ଯନ୍ତ୍ରଣା ଭୋଗୁଥିବା ଡ୍ରାଇଭରଙ୍କୁ ଚାକିରୀ ସୁଯୋଗ ପ୍ରଦାନ କରିବ । ବଜାରରେ ଅନେକ ଏକଚାଟିଆ କ୍ୟାବ ଡ୍ରାଇଭର ରହିଛନ୍ତି, ଏମାନେ ଡ୍ରାଇଭରଙ୍କଠାରୁ ଅଧିକ ଭଡା ସଂଗ୍ରହ କରୁଛନ୍ତି ।

ଧାରା 370 ଉଚ୍ଛେଦ ହେବା ଫଳରେ ଜାମ୍ମୁ କାଶ୍ମୀରରେ ପର୍ଯ୍ୟଟନର ଅନେକାଂଶରେ କ୍ଷତି ହୋଇଛି । ଫଳରେ ଅନେକ ଟ୍ୟାକ୍ସି ଡ୍ରାଇଭର ଚାକିରୀ ହରାଇଛନ୍ତି ତେଣୁ ସେମାନଙ୍କ ପାଇଁ ଏହି ବ୍ୟବସାୟ । ଏଥିରେ ପ୍ରତି କିଲୋମିଟର ପିଛା 14 ଟଙ୍କା ନିଆଯିବ । ଫାଜିଲଙ୍କ ଅନୁଯାୟୀ, ଓଲା ଓ ଉବେର ଟ୍ୟାକ୍ସି ସେବା ତୁଳନାରେ JK CABS ଉଭୟ ଅନଲାଇନ୍ ଓ ଅଫଲାଇନରେ ରହିବ । ଜମ୍ମୁକାଶ୍ମୀରରେ କିଛି ବି ଆରମ୍ଭ କରିବା ସହଜ ନୁହେଁ କାରଣ କେତେବେଳେ ସମୟ ପରିବର୍ତ୍ତନ ହୋଇଯାଇପାରେ ସେଥିପାଇଁ ଏହି ସେବା ପ୍ରଥମେ ଅଫଲାଇନ୍ ଆରମ୍ଭ କରାଯାଇଥିବା କହିଛନ୍ତି ଫାଜିଲ୍ ।

ସେ କହିଛନ୍ତି, ‘ଅକ୍ଟୋବର ସୁଦ୍ଧା ଆମର ମୋବାଇଲ୍ ଆପ୍ ପ୍ରସ୍ତୁତ ହୋଇଯିବ । ଏହି ଆପ୍ 2G ଇଣ୍ଟରନେଟରେ ମଧ୍ୟ ସୁରୁଖୁରୁରେ କାର୍ଯ୍ୟ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହା ପରେ ଗ୍ରାହକମାନେ ଯେକୌଣସି ସ୍ଥାନରେ ବି ଏହାକୁ ବ୍ୟବହାର କରି ସହରର ଯେକୌଣସି ସ୍ଥାନକୁ ଯାତ୍ରା ବୁକ୍ କରିପାରିବେ ’।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.