ଇନ୍ଦୋର: ସାନଦାର ହୋଟେଲ। ଚାରିଆଡେ ସାଜ୍ଜସଜ୍ଜା ଓ ଚକାଚକ୍ । ଭିତରକୁ ଯିବାକୁ ହେଲେ ପାଖରେ ମୋଟା ଟଙ୍କା ଦରକାର। ତେବେ ହଠାତ୍ ହୋଟେଲ ଭିତରେ ଦେଖିବାକୁ ମିଳିଥିଲା କିଛି ବସ୍ତିର ପିଲାଙ୍କୁ। ଏ ଘଟଣା ହେଉଛି ଇନ୍ଦୋରର ଏକ ପଞ୍ଚତାରକା ହୋଟେଲରେ ଦୀପାବଳି ସମୟର।
ଘରେ ଘରେ ସମସ୍ତେ ଖୁସିର ସହ ଦୀପାବଳି ପାଳନ କରୁଥିବାବେଳେ ଏହି ପିଲାମାନେ ହାଇଫାଇ ହୋଟେଲରେ ପହଞ୍ଚିଥିଲେ ଦୀପାବଳି ପାଳିବାକୁ। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ଏମାନେ ଏକୁଟିଆ ଯାଇନଥିଲେ ବରଂ ସାଙ୍ଗରେ ଥିଲେ ଇନ୍ଦୋରର ଉଚ୍ଚଶିକ୍ଷା ମନ୍ତ୍ରୀ ଜିତୁ ପଟ୍ଟୱାରୀ। ଯିଏ ଏହି ଛୋଟ ଛୋଟ ପିଲାଙ୍କ ସହ ନିଜର ଦୀପାବଳିର ଖୁସି ବାଣ୍ଟିଥିଲେ।
ସୂଚନା ଅନୁସାରେ, ଉଚ୍ଚ ଶିକ୍ଷାମନ୍ତ୍ରୀ ଜିତୁ ପଟ୍ଟୱାରୀ ସର୍ବଦା ନିଜର କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ସମସ୍ୟାରେ ଜର୍ଜରିତ ଲୋକଙ୍କ ଦୁଃଖ ଶୁଣନ୍ତି ତ ଆଉ କେତେବେଳେ ଭୋକିଲା ମୁହଁରେ ଆହାର ଦିଅନ୍ତି।
ହେଲେ ଏଥର ମନ୍ତ୍ରୀ ନିଜ ପରିବାର ପିଲାଙ୍କ ସାଥିରେ ବସ୍ତିର ଥିବା ଅନାଥଶ୍ରମ ପିଲାଙ୍କ ସହ ଦୀପାବଳି ପାଳନ କରିଛନ୍ତି। ଏହି ପିଲାଙ୍କୁ ମନ୍ତ୍ରୀ ନିଜ ହାତରେ ଖୁଆଇଦେଇଥିଲେ। ପରେ ପରେ ଉତ୍ସବରେ ପିଲାଙ୍କ ସହ ନାଚଗୀତ କରି ମସ୍ତି କରିଥିଲେ।