ETV Bharat / bharat

ଶ୍ରମିକଙ୍କ ଆର୍ଥିକ ସ୍ଥିତିକୁ ସୁଧାରିବେ ଝାଡଖଣ୍ଡ ସରକାର, ରୋଡମ୍ୟାପ ପ୍ରସ୍ତୁତ - Jharkhand govt launches series of projects

ଲକଡାଉନ ପାଇଁ ବେରୋଜଗାର ହୋଇଥିବା ଶ୍ରମିକଙ୍କୁ ରୋଜଗାର ଦେବ ଝାଡଖଣ୍ଡ ସରକାର । ଏଥିପାଇଁ ଏକ ରୋଡମ୍ୟାପ ପସ୍ତୁତି କରାଯାଇଛି । ଅଧିକ ପଢନ୍ତୁ...

ଶ୍ରମିକଙ୍କ ରୋଜଗାର  ଯୋଗାଇବେ ଝାଡଖଣ୍ଡ ସରକାର, ରୋଡମ୍ୟାପ ପ୍ରସ୍ତୁତ

author img

By

Published : May 5, 2020, 11:18 AM IST

ରାଞ୍ଚି: ଶ୍ରମିକଙ୍କୁ ରୋଜଗାର ଦେବାକୁ ଝାଡଖଣ୍ଡ ସରକାରଙ୍କ ରୋଡମ୍ୟାପ ପ୍ରସ୍ତୁତି । ଲକଡାଉନ ସମୟରେ ଶ୍ରମିକଙ୍କ ଆର୍ଥିକ ସ୍ଥିତି ସୁଧାରିବାକୁ କାମ ଯୋଗାଇବେ ସରକାର । ମନେରେଗା ଆକ୍ଟ 2005 ଅନୁସାରେ, ବିର୍ସା ହରିଟ୍ ଗ୍ରାମ ଯୋଗ, ନୀଲାମ୍ବର ପିତାମ୍ବର ଜଳ ସମୃଦ୍ଧି ଯୋଜନା ଏବଂ ପୋଟୋ ହୋ ଖେଲ ବିକାଶ ଯୋଜନା ମାଧ୍ୟମରେ ଏମାନଙ୍କୁ କାମ ଯୋଗାଇ ଦିଆଯିବ । ଏଥିପାଇଁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।

ବିର୍ସା ହରିତ ଯୋଜନା ଅଧୀନରେ 2 ଲକ୍ଷ ଏକରରୁ ଅଧିକ ଜମିରେ ବୃକ୍ଷରୋପଣ କରାଯିବ । ଯେଉଁଥରେ ପାଖାପାଖି 5 ଲକ୍ଷ ପରିବାର ଉପକୃତ ହେବେ । ତେବେ ଏହି ବୃକ୍ଷ ରୋପଣ ଉଭୟ ସରକାରୀ ଓ ବେସରକାରୀ ଜମିରେ କରାଯିବ ବୋଲି କହିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ।

ସେହିପରି ନିଲାମ୍ବର ପିତାମ୍ବର ଜଳ ସମୃଦ୍ଧି ଯୋଜନା ମାଧ୍ୟମରେ ଜଳ ସଂରକ୍ଷଣ ଉପରେ ପ୍ରାଧାନ୍ୟ ଦିଆଯିବ । ଭୂତଳ ଜଳରାଶିକୁ ସଂରକ୍ଷଣ ହେଉ ଅବା ବର୍ଷା ଜଳ ସଂରକ୍ଷଣ ଦିଗରେ ଏଗ୍ରୋ ୱାର୍ଡର ଷ୍ଟୋରେଜ ୟୁନିଟ ପ୍ରସ୍ତୁତ କରିବା ।ରାଜ୍ୟରେ ଡ୍ୟାମ ଥାଇ ମଧ୍ୟ ମରୁଡିର ସାମ୍ନା କରିବାକୁ ପଡିଛୁ । ତେବେ ଏପରି କରିବା ଦ୍ବାରା ଚାଷ ଜମିରେ ବର୍ଷ ତମାମ ପାଣି ସଂରକ୍ଷଣ କରାଯାଇପାରିବ ।

ପୋଟୋ ହୋ ଖେଲ ବିକାଶ ମାଧ୍ୟମରେ ଖେଳକୁ ଗୁରୁତ୍ବ ଦିଆଯିବ । ଏହି ଯୋଜନା ମାଧ୍ୟମରେ 5000 ଖେଳ ପଡିଆ ତିଆରି କରାଯିବ । ଯେଉଁଥିରେ ବହୁ ଶ୍ରମିକ କାମ କରିବାକୁ ସୁଯୋଗ ପାଇବେ । ଗତ 5 ବର୍ଷ ମଧ୍ୟରେ ମନରେଗା ଯୋଜନା ମାଧ୍ୟମରେ ରୋଜଗାର ପାଇବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.