ETV Bharat / bharat

ବିଜେପି ସାଂସଦଙ୍କ ନାମରେ ଝାଡଖଣ୍ଡ ସିଏମଙ୍କ 100 କୋଟିର ମାନହାନୀ ମୋକଦ୍ଦମା - jharkhand-cm-files-rs-100-crores-defamation-suit

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଜେପି ସାଂସଦ ଡଃ ନିଶିକାନ୍ତ ଦୁବେଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ରାଞ୍ଚି ସିଭିଲ୍ କୋର୍ଟରେ 100 କୋଟିର ମାମଲା ଦାୟର କରିଛନ୍ତି।

ବିଜେପି ସାଂସଦଙ୍କ ନାମରେ ଝାଡଖଣ୍ଡ ସିଏମଙ୍କ 100 କୋଟିର ମାନହାନୀ ମୋକର୍ଦ୍ଦମା

author img

By

Published : Aug 8, 2020, 8:11 AM IST

ରାଞ୍ଚି: ବିଜେପି ସାଂସଦ ଡଃ ନିଶିକାନ୍ତ ଦୁବେଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର କରିଛନ୍ତି। ତେବେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଞ୍ଚି ସିଭିଲ୍ କୋର୍ଟରେ 100 କୋଟିର ମାମଲା ଦାୟର କରିଛନ୍ତି। ଅଗଷ୍ଟ 4ରେ ଦୁବେଙ୍କ ବିରୋଧରେ ଏହି ମାନହାନି ମୋକଦ୍ଦମା ଦାୟର କରାଯାଇଥିଲା।

ଏହି ମାମଲାରେ ସାଂସଦଙ୍କ ସହ ଟ୍ୱିଟର କମ୍ୟୁନିକେସନ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ଏବଂ ଫେସବୁକ୍ ଇଣ୍ଡିଆ ଅନ୍ଲାଇନ୍ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡକୁ ଉତ୍ତରଦାତା ଭାବରେ ପକ୍ଷଭୁକ୍ତ କରାଯାଇଛି। ସିଏମ ହେମନ୍ତ ସୋରେନ ପ୍ରତ୍ୟେକଙ୍କ ବିରୋଧରେ 100 କୋଟିର କ୍ଷତିପୂରଣ ଦାବି କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଭିନ୍ନ ପ୍ରସଙ୍ଗରେ ସାଂସଦ ନିଶିକାନ୍ତ ଦୁବେ ସୋରେନଙ୍କ ବିରୋଧରେ କ୍ରମାଗତ ଭାବରେ କଟାକ୍ଷ ଢଙ୍ଗରେ ଆପମାନଜନକ ଉକ୍ତି ଲେଖି ଆସୁଛନ୍ତି। ନିକଟରେ ସେ ଟ୍ୱିଟରକୁ ଯାଇ ସୋରେନଙ୍କୁ 2013 ମସିହାରେ ମୁମ୍ବାଇରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଓ ଅପହରଣ କରିଥିବା ଅଭିଯୋଗ କରିଥିଲେ। ଏହାର ପ୍ରତିକ୍ରିୟାରେ ଦୁବେଙ୍କୁ ଟ୍ୟାଗ କରୁଥିବାବେଳେ ସୋରେନ ତାହାର ଆଇନଗତ ଜବାବ ରଖିଛନ୍ତି।

ଏହି ମକଦ୍ଦମାରେ କୁହାଯାଇଛି ଯେ, ପ୍ରାୟ ଜୁଲାଇ 27, 2020 ପରଠାରୁ ଦୁବେ ସୋରେନଙ୍କୁ ମିଥ୍ୟା ତଥା କୁତ୍ସିତ ଭାବରେ ଆକ୍ରମଣ କରି ତାଙ୍କୁ ଘୋଟାଲା, ଅବମାନନା ଏବଂ ଘୃଣା ତଥା ତାଙ୍କ ପ୍ରତିଷ୍ଠାକୁ ଅପମାନିତ କରିବା ପାଇଁ ବଦନାମ କରିଥିଲେ। ଏପରିକି ସେ ଏହାକୁ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ।

ଟ୍ୱିଟର କମ୍ୟୁନିକେସନ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ଏବଂ ଫେସବୁକ୍ ଇଣ୍ଡିଆ ଅନ୍ଲାଇନ୍ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡକୁ ଉତ୍ତରଦାତା କରାଯାଇଛି କାରଣ ସେମାନେ ଅଭିଯୋଗ କରିଛନ୍ତି ଯେ, ଅଭିଯୋଗକାରୀ ଜଣେ ଖ୍ୟାତିସମ୍ପନ୍ନ ବ୍ୟକ୍ତି ବୋଲି ଜାଣି ଏପରି ଅପମାନଜନକ ପୋଷ୍ଟର ପୋଷ୍ଟିଂକୁ ବିରୋଧ କରି ନାହାଁନ୍ତି। ଅଗଷ୍ଟ 5ରେ ଏକ ସଂକ୍ଷିପ୍ତ ଶୁଣାଣି କରାଯାଇଥିଲା ଏବଂ ପରବର୍ତ୍ତୀ ଶୁଣାଣି ଅଗଷ୍ଟ 22ରେ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.