ETV Bharat / bharat

ଝାଡଖଣ୍ଡ ବିଧାନସଭା ନିର୍ବାଚନ: ଆରମ୍ଭ ହେଲା ମତଦାନ ପ୍ରକ୍ରିୟା - ଝାଡଖଣ୍ଡ ବିଧାନସଭା ନିର୍ବାଚନ

ଝାଡଖଣ୍ଡ ବିଧାନସଭା ନିର୍ବାଚନ ଲାଗି  ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା । ଏହି ପର୍ଯ୍ୟାୟରେ ମୋଟ 6ଟି ଜିଲ୍ଲାର13ଟି ବିଧାନସଭା ସିଟ୍‌ ପାଇଁ ମତାଧିକାର ସାବ୍ୟସ୍ତ କରିବେ ଭୋଟର ।

jharkhand-assembly-election
ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Nov 30, 2019, 7:44 AM IST

Updated : Nov 30, 2019, 9:26 AM IST

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା । ଏହି ପର୍ଯ୍ୟାୟରେ ମୋଟ 6ଟି ଜିଲ୍ଲାର13ଟି ବିଧାନସଭା ସିଟ୍‌ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ସେଗୁଡିକ ମଧ୍ୟରେ ରହିଛି ଚତରା, ବିଶୁନପୁର, ଲାତେହାର, ଗୁମଲା, ଲୋହରଦଗା, ପାଙ୍କି, ମନିକା, ବିଶ୍ରାମପୁର, ହୁସେନାବାଦ, ଡାଲଟନଗଞ୍ଜ, ଛତରପୁର, ଭବନାଥପୁର, ଗଢବା ବିଧାନସଭା ଆସନ ।

ପ୍ରଥମ ପର୍ଯ୍ୟାୟରେ 189 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ପ୍ରାୟ 37 ଲକ୍ଷ 83 ହଜାର 55 ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏହି ପର୍ଯ୍ୟାୟରେ ମତଦାନ ନିମନ୍ତେ ମୋଟ ୩,୯୦୬ଟି ପୋଲିଂ ବୁଥର ବ୍ୟବସ୍ଥା କରାଯାଇଛି । ମତଦାନ ସମୟରେ ଯେଭଳି କୌଣସି ଅପ୍ରୀତିକର ଘଟଣା ନଘଟେ, ସେ ନେଇ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଶେଷ କରି ନକ୍ସଲ ପ୍ରଭାବିତ ଆସନ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦିଆଯାଇଛି । କେନ୍ଦ୍ରଗୁଡ଼ିକରେ ପୋଲିସ ମୁତୟନ କରାଯାଇଛି । ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସୂଚନାଯୋଗ୍ୟ ଯେ ଝାଡଖଣ୍ଡରେ 81ଟି ବିଧାନସଭା ଆସନରେ ନଭେମ୍ବର ୩୦ରୁ ଡିସେମ୍ବର ୨୦ ମଧ୍ୟରେ ୫ଟି ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଡିସେମ୍ବର ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୩୦, ଦ୍ବିତୀୟ ଡିସେମ୍ବର ୭, ତୃତୀୟ ଡିସେମ୍ବର ୧୨, ଚତୁର୍ଥ ଡିସେମ୍ବର ୧୬ ଏବଂ ଶେଷ ତଥା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଡିସେମ୍ବର ୨୦ରେ ଅନୁଷ୍ଠିତ ହେବ ।

Intro:Body:

blank

Conclusion:
Last Updated : Nov 30, 2019, 9:26 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.