ETV Bharat / bharat

ଅସହ୍ୟ ଗରମ ଓ ଗୁଳୁଗୁଳି: ପୋଲିଂ କର୍ମଚାରୀଙ୍କୁ ବଣ୍ଟାଗଲା ପିଆଜ - polling

ତାତି ଓ ଗୁଳୁଗୁଳିରେ ଅଂଶୁଘାତର ଆଶଙ୍କା ରହିଛି । ପ୍ରଚଣ୍ଡ ଖରା ଦାଉରୁ ରକ୍ଷା ପାଇବା ପାଇଁ ଶନିବାର ମଧ୍ୟ ପ୍ରଦେଶର ଝାବୁଆ ବୁଥ୍‌ରେ ପୋଲିଂ ପାର୍ଟିଙ୍କୁ ପିଆଜ ଦିଆଯାଇଛି । ପାଖରେ ପିଆଜ ଥିଲେ ଅଂଶୁଘାତରୁ ଜୀବନ ବଞ୍ଚାଯାଇ ପାରିବ । ସେଥିପାଇଁ ପୋଲିଂ କର୍ମଚାରୀଙ୍କୁ ପିଆଜ ବଣ୍ଟା ଯାଉଛି ।

ଡିଜାଇନ ଫଟୋ
author img

By

Published : May 19, 2019, 10:07 AM IST

Updated : May 19, 2019, 10:25 AM IST

ଝାବୁଆ: ସାରା ଦେଶରେ ପ୍ରବଳ ତାତି ଅନୁଭୂତ ହେଉଛି । ପାରଦ ବଢୁଛି । ତାତିରେ ଅସହ୍ୟ ଦେଶ । ସକାଳୁ ଘରୁ ପାଦ କାଢିବା ପାଇଁ ମନ ହେଉନାହିଁ । ଦେହ ହାତ ଜଳି ଯାଉଥିବା ସମୟରେ ରବିବାର ଦେଶରେ ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ମତଦାନ ହେଉଛି । ତାତି ଓ ଗୁଳୁଗୁଳିରେ ଅଂଶୁଘାତର ଆଶଙ୍କା ରହିଛି । ପ୍ରଚଣ୍ଡ ଖରା ଦାଉରୁ ରକ୍ଷା ପାଇବା ପାଇଁ ଶନିବାର ମଧ୍ୟ ପ୍ରଦେଶର ଝାବୁଆ ବୁଥ୍‌ରେ ପୋଲିଂ ପାର୍ଟିଙ୍କୁ ପିଆଜ ଦିଆଯାଇଛି । ପାଖରେ ପିଆଜ ଥିଲେ ଅଂଶୁଘାତରୁ ଜୀବନ ବଞ୍ଚାଯାଇ ପାରିବ । ସେଥିପାଇଁ ପୋଲିଂ କର୍ମଚାରୀଙ୍କୁ ପିଆଜ ବଣ୍ଟା ଯାଉଛି ।

jhabua-onion
ଫଟୋ ସୌଜନ୍ୟ: ଏନଆଇ

ସୂଚନା ଅନୁସାରେ ମଧ୍ୟପ୍ରଦେଶରେ ଏବେ ତାପମାତ୍ରା କ୍ରମଃଶ ବୃଦ୍ଧି ପାଇବାରେ ଲାଗୁଛି । ବୁଥ୍‌ରେ ଅତ୍ୟଧିକ ଖରା ଦାଉ ପ୍ରଭାବରେ ଆଂଶୁଘାତର ସମ୍ଭାବନା ରହିଛି । ବୁଥ୍‌ରେ ଗରମ ପ୍ରଭାବରେ କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଗଲେ ମତଦାନ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି ହେବ । ଏହାକୁ ଆଖି ଆଗରେ ରଖି ବିଭିନ୍ନ ସେକ୍ଟରରେ କର୍ମଚାରୀମାନଙ୍କୁ ପିଆଜ ବଣ୍ଟାଯାଇଛି । ଅଧିକାରୀମାନଙ୍କ କହିବା ଅନୁସାରେ ପିଆଜ ନିଜ ପାଖରେ ଥିଲେ ଗରମରୁ ମୁକ୍ତି ମିଳି ପାରିବ ।

ଏଠାରେ ସୂଚନା ଯୋଗ୍ୟ ଯେ ଅନ୍ତିମ ତଥା ସପ୍ତମ ପର୍ଯ୍ୟାୟ ନିର୍ବାଚନ। ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ଟି ନିର୍ବାଚନ ମଣ୍ଡଳୀ ପାଇଁ ଏହି ପର୍ଯ୍ୟାୟରେ ଭୋଟ୍‍ ପଡ଼ିବ। ଏଥିରେ ମଧ୍ୟପ୍ରଦେଶର ୮ଟି ଲୋକସଭା ଆସନରେ ଭୋଟ ଗ୍ରହଣ ପ୍ରକ୍ରିୟା ଚାଲୁ ରହିଛି ।

Intro:Body:

sdfs

Conclusion:
Last Updated : May 19, 2019, 10:25 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.