ETV Bharat / bharat

‘ପିଓକେ ଦିଅ, ଟମାଟୋ ନିଅ’ - Jhabua farmers offer tomato to pk pm

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଖାସ୍‌ ଅଫର ଦେଲେ ଭାରତୀୟ କୃଷକ। ମହଙ୍ଗା ମାଡରୁ ବଞ୍ଚିବା ପାଇଁ ପିଓକେ ଦେବାକୁ ଦାବି କରିଛନ୍ତି ମଧ୍ୟପ୍ରଦେଶ ଚାଷୀ।

ପିଓକେ ଦିଅ, ଟମାଟୋ ନିଅ
author img

By

Published : Nov 24, 2019, 1:35 PM IST

ନୂଆଦିଲ୍ଲୀ: ମହଙ୍ଗା ମାଡରେ କଲବଲ ହେଉଥିବା ପାକିସ୍ତାନକୁ ଭାରତୀୟ କୃଷକଙ୍କ ଖାସ୍‌ ଅଫର । ପାକିସ୍ତାନରେ ଆକାଶ ଛୁଆଁ ଟମାଟୋ ଦରକୁ ନେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଚିଠି ଲେଖିଲେ ମଧ୍ୟପ୍ରଦେଶ ଝାବୁଆ ଜିଲ୍ଲାର ଚାଷୀ। ‘ପିଓକେ ଦିଅ, ଟମାଟୋ ନିଅ’ ବୋଲି ପାକିସ୍ତାନକୁ ଚାଷୀଙ୍କ ପକ୍ଷରୁ ଲେଖାଯାଇଥିବା ଚିଠିରେ ଏହା ଦର୍ଶାଯାଇଛି। କେବଳ ସେତିକି ନୁହେଁ, 2008ରେ ହୋଇଥିବା ମୁମ୍ବାଇ ଆକ୍ରମଣକୁ ନେଇ ମଧ୍ୟ ଇମ୍ରାନ ଖାନ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି ସେମାନେ।

ବର୍ତ୍ତମାନର ସ୍ଥିତିରେ ଭାରତ ସହ ରଖିଥିବା ତିକ୍ତ ସମ୍ପର୍କକୁ ନେଇ ଝାବୁଆ ଜିଲ୍ଲାର କୃଷକ ପାକିସ୍ତାନକୁ ଟମାଟ ଯୋଗାଇବାକୁ ମନା କରିଦେଇଥିଲେ । ଫଳରେ ବର୍ତ୍ତମାନ ପାକିସ୍ତାନରେ ଟମାଟର କେଜି ପିଛା ମୂଲ୍ୟ 400ରୁ 500ଟଙ୍କା ରହିଛି । ଦରଦାମ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ, ସେଠାକାର ଜଣେ ନବବଧୂ ବିବାହରେ ଟମଟୋକୁ ଯୌତୁକ ରୂପେ ଗ୍ରହଣ କରିଥିଲେ। ଯାହାକୁ ନେଇ ସାମ୍ବାଦିକଙ୍କ ପକ୍ଷରୁ ତାଙ୍କୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ସେ କହିଥିଲେ ଯେ, ଟମାଟୋ ଏତେ ମହଙ୍ଗା ହେଲାଣି ଯେ, ତାଙ୍କ ବାପା ତାଙ୍କୁ ଯୌତୁକରେ ଏହା ଦେଇଛନ୍ତି।

ଗତ ସପ୍ତାହରେ ପାକିସ୍ତାନ ସରକାର ଇରାନ ଠାରୁ 4500ଟନ ଟମାଟୋର ଆଣିବାକୁ ପରମିଟ ଜାରି କରିଥିଲେ। ହେଲେ ବଜାରକୁ ଏହା ପହଞ୍ଚି ପାରିନାହିଁ । ଫଳରେ ଲଗାତାର ଦରଦାମ ବୃଦ୍ଧି ପାଇବାରେ ଲାଗିଛି । ତେବେ ନଭେମ୍ବରର ପ୍ରଥମ ସପ୍ତାହରେ ଟମାଟୋର ମୂଲ୍ୟ 117ଟଙ୍କା ଥିବାବେଳେ ବର୍ତ୍ତମାନ ଏହା 4 ଗୁଣା ବଢିଯାଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.