ETV Bharat / bharat

ନକ୍ସଲ ଗୁଳିରେ ଜୁଏଲାରୀ ମାଲିକ ଓ ଝିଅ ଆହତ

author img

By

Published : May 8, 2019, 10:53 AM IST

ଜୁଏଲାରୀ ମାଲିକଙ୍କ ଦୋକାନରୁ ଗହଣା ଲୁଟ ପରେ ନକ୍ସଲମାନେ ମାଲିକ ଓ ତାଙ୍କ ଝିଅଙ୍କୁ ଗୁଳି କରି ଫେରାର । ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଠିକ୍ ଥିବା ସୂଚନା ।

ଫଟୋ ସୌଜନ୍ଯ: ଟ୍ବିଟର@ANI

ପାଟନା: ବିହାରରେ ଜୁଏଲାରୀ ମାଲିକ ଓ ତାଙ୍କ ଝିଅଙ୍କୁ ଗୁଳିମାଡ । ମଙ୍ଗଳବାର ରାଜୁ ସାହୁ ଏବଂ ତାଙ୍କ 20 ବର୍ଷୀୟ ଝିଅଙ୍କୁ ନକ୍ସଲମାନେ ଗୁଳି କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ବିହାରର ମଳୟପୁର ପୋଲିସ ଷ୍ଟେସନ ନିକଟରେ ।

ସୂଚନା ଅନୁଯାୟୀ, ମଙ୍ଗଳବାର ପାଖାପାଖି 100-150 ନକ୍ସଲ ରାଜୁ ସାହୁଙ୍କ ଘର ଚାରିପାଖରୁ ଘେରିନେଇଥିଲେ । ଏହାପରେ ସେଥି ମଧ୍ୟରୁ କିଛି ନକ୍ସଲ ରାଜୁ ସାହୁଙ୍କ ଘର ଭିତରକୁ ପ୍ରବେଶ କରି ଘରୁ ଗହଣା ଲୁଟପାତ୍ କରିଥିଲେ । ଯେତେବେଳେ ରାଜୁ ସାହୁ ଏହାର ବିରୋଧ କରିଥିଲେ ଏହି ସମୟରେ ନକ୍ସଲମାନେ ତାଙ୍କ ସହ ତାଙ୍କ ଝିଅକୁ ଗୁଳି ମାରି ସେଠାରୁ ଚାଲିଯାଇଥିଲେ ।

ଏହାପରେ ପରିବାର ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ଏବେ ଠିକ୍ ଥିବା ନେଇ ସେମାନଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି ।

ଏପଟେ ଏହି ଘଟଣାକୁ ନେଇ ରାଜୁଙ୍କ ପରିବାର ଲୋକେ ପୋଲିସକୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ହୋଇଛି ।

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.