ଗାନ୍ଧୀନଗର: ଦ୍ବିତୀୟ ଥର ପାଇଁ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ରୂପେ ପାଇବା ଖୁସିରେ ସମର୍ଥକ ପାଳୁଛନ୍ତି ଉତ୍ସବ । ବିଭିନ୍ନ ଉପାୟରେ ମୋଦିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ଲୋକେ। ତେବେ ମୋଦିଙ୍କ ନିଜ ଜନ୍ମମାଟି ଗୁଜୁରାଟର ଜଣେ ବଣିଆ ପ୍ରସ୍ତୁତ କରିଛନ୍ତି ସ୍ମାରକୀ ।
ଆଉ ନିଜେ ମୋଦିଙ୍କୁ ଭେଟି ଏହି ଉପହାର ଦେଇ ଶୁଭେଚ୍ଛା ଜଣାଇବାକୁ ଚାହୁଁଛନ୍ତି । ନିର୍ବାଚନ ତାରିଖ ଘୋଷଣା ଦିନରୁ ଏହି ସ୍ମାରକୀର ପ୍ରସ୍ତୁତି ଆରମ୍ଭ କରିଥିଲେ ବଣିଆ । ଆଉ ନିର୍ବାଚନ ଫଳ ବାହାରିବା ସମୟରେ ଏହି କାମ ଶେଷ ହୋଇଯାଇଥିଲା ।
ନିର୍ବାଚନ ଦିନରୁ ହିଁ ବିଶ୍ବାସ ଥିଲା ଯେ, ପୁଣି ଶାସନକୁ ଫେରିବେ ମୋଦି । ତେଣୁ ମୁଁ ମୋଦିଙ୍କୁ ଶୁଭେଚ୍ଛା ଦେବାକୁ ଏହି ସ୍ମାରକୀ ପ୍ରସ୍ତୁତ କରୁଥିଲି । ଆଉ ଶେଷରେ ମୋଦି ବିଜୟୀ ହେଲେ । ମୋ ଭାବନା ସତ ହେଲା ବୋଲି କହିଛନ୍ତି ବଣିଆ ଜଣକ ।