ETV Bharat / bharat

ନିଟ୍‌-ଜେଇଇ ପରୀକ୍ଷାକୁ ଗ୍ରୀନ ସିଗନାଲ, 6 ରାଜ୍ୟର ସମୀକ୍ଷା ଆବେଦନ ଖାରଜ

author img

By

Published : Sep 4, 2020, 3:54 PM IST

ଜେଇ-ନିଟ ପରୀକ୍ଷା ସ୍ଥଗିତ ରଖିବାକୁ 6 ରାଜ୍ୟ ଦାଖଲ କରିଥିବା ସମୀକ୍ଷା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଅଣ-ବିଜେପି ଶାସିତ 6 ଟି ରାଜ୍ୟର କ୍ୟାବିନେଟ ମନ୍ତ୍ରୀମାନେ ଟିନ୍‌ ଏବଂ ଜେଇ ପରୀକ୍ଷା ସ୍ଥଗିତ ରଖିବା ପାଇଁ ଏକ ସମୀକ୍ଷା ଆବେଦନ କରିଥିଲେ ।

ନିଟ୍‌-ଜେଇ ପରୀକ୍ଷାକୁ ଗ୍ରୀନ ସିଗନାଲ, 6 ରାଜ୍ୟର ସମୀକ୍ଷା ଆବେଦନ ଖାରଜ

ନୂଆଦିଲ୍ଲୀ: ଜେଇଇ-ନିଟ ପରୀକ୍ଷା ସ୍ଥଗିତ ରଖିବାକୁ 6 ରାଜ୍ୟ ଦାଖଲ କରିଥିବା ସମୀକ୍ଷା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏହା ସ୍ପଷ୍ଟ ହୋଇଛି ଯେ ବର୍ତ୍ତମାନ ଜେଇଇ ଏବଂ ନିଟ୍‌ ପରୀକ୍ଷା ସ୍ଥଗିତ ରଖାଯିବ ନାହିଁ। ଅଣ-ବିଜେପି ଶାସିତ 6 ଟି ରାଜ୍ୟର କ୍ୟାବିନେଟ ମନ୍ତ୍ରୀମାନେ ଟିନ୍‌ ଏବଂ ଜେଇ ପରୀକ୍ଷା ସ୍ଥଗିତ ରଖିବା ପାଇଁ ଏକ ସମୀକ୍ଷା ଆବେଦନ କରିଥିଲେ । ଅଗଷ୍ଟ 17ରେ ଦିଆଯାଇଥିବା ଆଦେଶର ପୁନର୍ବିଚାର କରିବାକୁ ସେମାନେ ଏହି ଆବେଦନରେ ଅନୁରୋଧ କରିଥିଲେ ।

ଏହି ଆବେଦନ ଅଣ-ବିଜେପି ଶାସିତ 6 ରାଜ୍ୟର କ୍ୟାବିନେଟ ମନ୍ତ୍ରୀଙ୍କ ଦ୍ବାରା ଦାଖଲ କରାଯାଇଥିଲା। ସେହି ରାଜ୍ୟଙ୍କ ମଧ୍ୟରେ ପଶ୍ଚିମବଙ୍ଗ, ଝାଡଖଣ୍ଡ, ରାଜସ୍ଥାନ, ଛତିଶଗଡ, ପଞ୍ଜାବ ଏବଂ ମହାରାଷ୍ଟ୍ର ଥିଲେ। ନିକଟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ 7 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଏକ ବୈଠକ ହୋଇଥିଲା ଯେଉଁଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ପରାମର୍ଶ ଦେଇଥିଲେ । ଏହା ପରେ ପରୀକ୍ଷା ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟରେ ଏକ ସମୀକ୍ଷା ଆବେଦନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଏହା ପୂର୍ବରୁ ସୁପ୍ରିମକୋର୍ଟ, ଅଗଷ୍ଟ 17 ରେ ଜେଇ ଏବଂ ନିଟ୍‌ ପରୀକ୍ଷା ସ୍ଥଗିତ ରଖିବା ଆବେଦନକୁ ଖାରଜ କରିଦେଇଥିଲେ। ଖଣ୍ଡପୀଠର ଅଧ୍ୟକ୍ଷତା କରୁଥିବା ଜଷ୍ଟିସ ଅରୁଣ ମିଶ୍ର ଏନେଇ କହିଥିଲେ, ପରୀକ୍ଷା ସ୍ଥଗିତ ରଖିବା ଅର୍ଥ ଛାତ୍ରଙ୍କ ଭବିଷ୍ୟତକୁ ଅସୁବିଧାରେ ପକାଇବା। କୋରୋନା ମହାମାରୀ ମଧ୍ୟରେ ବି ଜୀବନ ଆଗକୁ ବଢିବା ଉଚିତ । ଯଦି ପରୀକ୍ଷା ନହୁଏ ତେବେ ଦେଶ ପାଇଁ ଏହା କ୍ଷତି ହେବ । ଛାତ୍ରମାନେ ଶିକ୍ଷାବର୍ଷ ହରାଇବେ ବୋଲି ସେ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.