ETV Bharat / bharat

ଜେଇଇ ଆଡଭାନ୍ସ ରେଜଲ୍ଟ ପ୍ରକାଶ, ଚିରାଗ ଫଲୋର ଟପର - jee advance result declare

ପ୍ରକାଶ ପାଇଲା ଚଳିତ ବର୍ଷ ଜେଇଇ ଆଡଭାନ୍ସ ରେଜଲ୍ଟ । ପରୀକ୍ଷାରେ ଟପର ହୋଇଛନ୍ତି ଚିରାଗ ଫଲୋର । ଅଧିକ ପଢନ୍ତୁ...

ଜେଇଇ ଆଡଭାନ୍ସ ରେଜଲ୍ଟ ପ୍ରକାଶ, ଚିରାଗ ଫଲୋର ଟପର

author img

By

Published : Oct 5, 2020, 12:07 PM IST

Updated : Oct 5, 2020, 7:56 PM IST

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଚଳିତ ବର୍ଷ ଜେଇଇ ଆଡଭାନ୍ସ ରେଜଲ୍ଟ । କୋରୋନା କଟକଣା ଓ ବହୁ ବାଦ ବିବାଦ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପରୀକ୍ଷାର ଫଳ ପ୍ରକାଶ ପାଇଛି । ପରୀକ୍ଷା ଫଳାଫଳ jeeadv.nic.in. ଉପଲବ୍ଧ ଅଛି । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ.ରମେଶ ପୋଖରିଆଲ ନିଶଙ୍କ ସମସ୍ତ ଛାତ୍ରଛାତ୍ରୀଙ୍କ ଶୁଭେଚ୍ଛା ଜଣାଇଛନ୍ତି ।

ଚଳିତ ଥର ଜେଇଇ ଆଡଭାନ୍ସ ପରୀକ୍ଷାରେ ଟପର ହୋଇଛନ୍ତି ଚିରାଗ ଫଲୋର । ମୋଟ 396 ମାର୍କରୁ 352 ମାର୍କ ରଖି ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଚିରାଗ । ସେହିପରି ଛାତ୍ରୀଙ୍କ ମଧ୍ୟରେ ମୁରାଦାବାଦର କନିଷ୍କା ମିତଲ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।

ଶିକ୍ଷାମନ୍ତ୍ରୀ ନିଶଙ୍କ ଟ୍ବିଟ କରି ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଭବିଷ୍ୟତରେ ଆତ୍ମନିର୍ଭର ଭାରତରେ କାମ କରିବାକୁ ଅନୁରୋଧ କରିଛନ୍ତି । ସଫଳତାର ସହ ପରୀକ୍ଷା ପରିଚାଳନା ଏବଂ ଠିକ୍ ସମୟରେ ଫଳାଫଳ ଘୋଷଣା କରିଥିବାରୁ ଆଇଆଇଟି-ଦିଲ୍ଲୀ କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଡ.ରମେଶ ପୋଖରିଆଲ ନିଶାଙ୍କ ।

ଚଳିତ ମୋଟ ୧,୬୦,୮୩୧ ଜଣ ଏହି ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଥିଲେ ଏବଂ ସେମାନଙ୍କ ଭିତରୁ ୯୬% ପିଲା ପରୀକ୍ଷା ଦେଇଥିଲେ । ପରୀକ୍ଷାଫଳ ବାହାରିବା ପରେ କାଉନସେଲିଂ ପାଇଁ ରେଜିଷ୍ଟ୍ରେସନ ଅକ୍ଟୋବର ୬ ତାରିଖରୁ ଆରମ୍ଭ ହେବ ।

Last Updated : Oct 5, 2020, 7:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.