ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ବାକ୍ ଯୁଦ୍ଧ ସମେତ ପୋଷ୍ଟର ୱାର ଜୋର ଧରିଛି । ଏହି ରାଜନୈତିକ ଖେଳରେ ପ୍ରତିପକ୍ଷଙ୍କୁ ଟାର୍ଗେଟ କରିବାକୁ ରାଜନୈତିକ ଦଳମାନେ ବର୍ତ୍ତମାନ ପୋଷ୍ଟର ସାହାରା ନେଉଛନ୍ତି । ତେବେ ବିହାରରେ 'ପୋଷ୍ଟର ପଲିଟିକ୍ସ' ଗତ ବର୍ଷଠାରୁ ଆରମ୍ଭରୁ ହେଲାଣି । ସଦ୍ୟ ଏକ ପୋଷ୍ଟରରେ ବିହାରରେ ସତ୍ତାଧାରୀ ଜେଡିୟୁ ବିପକ୍ଷ ଆରଜେଡିକୁ ଟାର୍ଗେଟ କରି ପୋଷ୍ଟର ମାରିଛି ।
ମଙ୍ଗଳବାର ରାଜଧାନୀ ପାଟନାରେ ଜେଡିୟୁ ସମର୍ଥକଙ୍କ ଦ୍ବାରା ଆରଜେଡି ବିରୋଧରେ ଏକ ପୋଷ୍ଟର ଲଗାଯାଇଛି । ଏଥିରେ ବିହାର ପୂର୍ବମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଏବଂ ରାବ୍ରି ଦେବୀ ସରକାରଙ୍କ ଘଟଣା ସମ୍ପର୍କରେ ଲେଖା ରହିଛି ।
ଏଥିରେ ସ୍ବାମୀ-ସ୍ତ୍ରୀ ସରକାର ପୋଷ୍ଟରର ବିଷୟବସ୍ତୁ ରଖାଯାଇଛି । ଏହି ପୋଷ୍ଟରରେ ଲାଲୁ ପ୍ରସାଦ ଯାଦବ ରାବ୍ରି ଦେବୀଙ୍କ ସହ ପୂର୍ବ ସାଂସଦ ରାଜବଲ୍ଲଭ ଓ ଶାହାବୁଦ୍ଦିନଙ୍କ ଫଟୋ ମଧ୍ୟ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଏହି ପୋଷ୍ଟରରେ 15 ବର୍ଷ ମଧ୍ୟରେ ଅପହରଣ, ବଳାତ୍କାର, ଚୋରାଚାଲାଣ, ଘୋଟାଲା, ହତ୍ୟା ଏବଂ ଡକାୟତି ବିଷୟରେ ଉଲ୍ଲେଖ କରାଯାଇଛି ।
ପୋଷ୍ଟରରେ ଏହା ଲେଖାଯାଇଛି, "ବ୍ୟବସାୟୀମାନେ କାହିଁକି ଲଜ୍ଜିତ ହୁଅଁନ୍ତି, ସେମାନଙ୍କ ପାଇଁ ସରକାର ଏକ ବ୍ୟାପାର ଥିଲା ।
ପୋଷ୍ଟରର ତଳେ ଲେଖାଥିଲା, "ସିଷ୍ଟମ ଖରାପ ନଥିଲା, ବାସ୍ତବରେ ସେଠାରେ ସିଷ୍ଟମ ହିଁ ନଥିଲା ।
@IANS