ବେଙ୍ଗାଲୁରୁ: ଦେଶରେ ଗୋଟିଏ ପଟେ ବିଜେପିର ବିପୁଳ ବିଜୟ ବିରୋଧୀଙ୍କ ନିଦ ହଜାଇ ଦେଇଥିବା ବେଳେ ଅନ୍ୟପଟେ ଶୋଚନୀୟ ପରାଜୟର ସାମ୍ନା କରିଥିବା ବିପକ୍ଷ ଦଳଗୁଡିକ ମିଡିଆକୁ ସାମ୍ନା କରିବାକୁ ପଛଘୁଞ୍ଚା ଦେଉଥିବାର ଦେଖିବାକୁ ମିଳୁଛି ।
କର୍ଣ୍ଣାଟକରେ ଜେଡିଏସ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଏମଏସ ନାରାୟଣ ରାଓ ଚିଠି ଜାରି କରି ପାର୍ଟିର ସବୁ ନେତା, ପ୍ରବକ୍ତା ଓ ବିଧାୟକଙ୍କୁ କୌଣସି ଟିଭି ଡିବେଟରେ ଭାଗ ନନେବାକୁ କହିଛନ୍ତି ।
ଏଥି ସହିତ ନେତାଙ୍କୁ ମିଡିଆରେ କୌଣସି ପ୍ରକାର ମନ୍ତବ୍ୟ ମଧ୍ୟ ନଦେବାକୁ କୁହାଯାଇଛି ।