ମୁମ୍ବାଇ: ବଲିଉଡ ଅଭିନେତ୍ରୀରୁ ସପା(ସମାମଜାଦି ପାର୍ଟି) ସାଂସଦ ହୋଇଥିବା ଜୟା ବଚ୍ଚନ ନିଜ କ୍ରୋଧଭରା ବ୍ୟବହାର ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଏବେ ସେ ନିଜର କିଛି ଫଟୋ ପାଇଁ ମଧ୍ୟ ସମାଲୋଚନାର ଶିକାର ହୋଇଛିନ୍ତି ।
ଉନ୍ନାଓ ଗଣ ଦୁଷ୍କର୍ମ ମାମଲାରେ ପୀଡିତାଙ୍କ ସପୋର୍ଟରେ କରାଯାଇଥିବା ବିରୋଧ ପ୍ରଦର୍ଶନ ଯେଉଁଠାରେ ବର୍ତ୍ତମାନ ଦେଶର ବଡ ଚର୍ଚ୍ଚା ରୂପେ ବ୍ୟାପିଛି । ସେହିଠାରେ ବିରୋଧ ପ୍ରଦର୍ଶନରେ ଜୟାଙ୍କ ହସ ଫଟୋ ଭାଇରାଲ ହୋଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଫଟୋରେ ଜୟାଙ୍କ ସହ ଆହୁରି ଅନ୍ୟ ନେତା ମଧ୍ୟ ନଜର ଆସୁଛନ୍ତି । ଏହି ଫଟୋକୁ ଆଧାର କରି ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ଟ୍ରୋଲ କରିବାରେ ଲାଗିପଡିଛନ୍ତି । ଆଉ ୟୁଜର୍ସ ତାଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ପ୍ରକାଶ ଥାଉକି ଉନ୍ନାଓ ଗଣ ଦୁଷ୍କର୍ମ ମାମଲାରେ ବର୍ତ୍ତମାନ ପୀଡିତା ଓ ଓକିଲଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟପୂର୍ଣ୍ଣ ରହିଛି । ଗତ ରବିବାର ହୋଇଥିବା କାର ଦୁର୍ଘଟଣାରେ ପୀଡିତାଙ୍କ ଦୁଇ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିଲା । ଯାହାର ପ୍ରତିବାଦ କରି ଗତ କାଲି ସମାଜବାଦୀ ପାର୍ଟି ଏବଂ ତୃଣମୂଳ କଂଗ୍ରେସର ଅନେକ ସାଂସଦ ବିରୋଧ ପ୍ରଦର୍ଶନ କରିଥିଲେ । ଅନ୍ୟପଟେ ସଂସଦ ପରିସର ବାହାରେ ଜୟାଙ୍କ ହସ ଫଟୋ ଭାଇରାଲ ହେବାରୁ ୟୁଜର୍ସଙ୍କ କ୍ରୋଧର ଶିକାର ହୋଇଛନ୍ତି ସେ ।