ETV Bharat / bharat

ବିଦେଶୀ ଗଣମାଧ୍ୟମରେ ଜେଏନୟୁ ଖବର; କେନ୍ଦ୍ରମନ୍ତ୍ରୀଙ୍କ ବିରକ୍ତି ପ୍ରକାଶ - Javedekar slams british daily

ଜେଏନୟୁ ଆକ୍ରମଣ ଘଟଣାକୁ 'ରାଷ୍ଟ୍ରବାଦୀ' ଆଖ୍ୟା ଦେଇଥିବା ବ୍ରିଟେନର ଏକ ଖବରକାଗଜକୁ କଡା ସମାଲୋଚନା କରିଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାବେଦକର। ସବୁ ସମୟରେ ଭାରତ ବିଭାଜିତ ହେବାର ଅନୁମାନ ଲଗାଇବା ବନ୍ଦ କରନ୍ତୁ ବୋଲି ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।

Javedekar slams british daily over reporting on jnu attack
ପ୍ରକାଶ ଜାବେଡକରଙ୍କ ବିରକ୍ତି ପ୍ରକାଶ
author img

By

Published : Jan 7, 2020, 3:19 PM IST

ନୂଆଦିଲ୍ଲୀ: ଜେଏନୟୁ ଆକ୍ରମଣ ଘଟଣାକୁ 'ରାଷ୍ଟ୍ରବାଦୀ' ଆଖ୍ୟା ଦେଇଥିବା ବ୍ରିଟେନର ଏକ ଖବରକାଗଜକୁ ସମାଲୋଚନା କରିଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାବେଦକର। ଏନେଇ ସେ କହିଛନ୍ତି ଯେ, ସବୁ ସମୟରେ ଭାରତ ବିଭାଜିତ ହେବାର ଅନୁମାନ ଲଗାଇବା ବନ୍ଦ କରନ୍ତୁ। ଏହା ପରେ ବ୍ରିଟେନ ଖବରକାଗଜ ଉପରେ ଉତକ୍ଷିପ୍ତ ହୋଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବେଦକର ଗୋଟିଏ ପରେ ଗୋଟିଏ ଟ୍ବିଟ୍‌ କରିଥିଲେ ।

ସେ ଟ୍ବଟ୍‌ରେ ଲେଖିଥିଲେ ଯେ, ମୁଁ ଜାଣିଛି ଭାରତକୁ ବୁଝିବାର ଆଶା ଆପଣଙ୍କଠୁ ରଖିବା ବହୁତ ଅଧିକ ହୋଇଯିବ । ଆପଣ ଏଥିପାଇଁ ଗୋଟିଏ ଥର ଚେଷ୍ଟା କରନ୍ତୁ। ଆପଣ କୌଣସି ବି ସମୟରେ ଭାରତ ବିଭାଜିତ ହେବାର ଅନୁମାନ ଲଗାଇବା ବନ୍ଦ କରନ୍ତୁ । ଭାରତ ବିବିଧତାର ଗଣତନ୍ତ୍ର ଏବଂ ଏହା ଦୃଢତାର ସହ ସବୁ ମତଭେଦକୁ ସାଙ୍ଗରେ ନେଇ ଚାଲିଥାଏ।

ସେହିପରି ଉକ୍ତ ଖବରକାଗଜକୁ ଟ୍ୟାଗ କରି ଆଉ ଏକ ଟ୍ବିଟ୍ ମଧ୍ୟ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ ଯେ, ସାରା ବିଶ୍ବର ପ୍ରଦ୍ୟୋଗିକବିତ୍ ଆପଣ ପ୍ରଦ୍ୟୋଗିକ ପାଇବାକୁ ଇଚ୍ଛା କରିବେ । ଯିଏକି ମୁଖା ପିନ୍ଧା ଗହଳିକୁ ରାଷ୍ଟ୍ରବାଦୀର ଆଖ୍ୟା ଦେଇଥାନ୍ତି । ଏଥିସହ ଆମ ଦେଶର ସମସ୍ତ ବିଶ୍ବବିଦ୍ୟାଳୟ ଓ ସଂସ୍ଥା ଧର୍ମନିରପେକ୍ଷ।

ପ୍ରକାଶ ଯେ, ରବିବାର ରାତିରେ ଦିଲ୍ଲୀ ଜେଏୟୁରେ ହୋଇଥିବା ହିଂସାକାଣ୍ଡକୁ ବ୍ରିଟେନର ଏକ ଖବରକାଗଜର ଶୀର୍ଷକରେ ଲେଖାଥିଲା ଯେ, ‘ଦିଲ୍ଲୀର ଧର୍ମନିରପେକ୍ଷ ବିଶ୍ବବିଦ୍ୟାଳୟରେ ରାଷ୍ଟ୍ରବାଦୀଙ୍କ ଉପଦ୍ରବ।’

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.